ବାସ୍ତବ ବ୍ୟୁରୋ-ଦେଶରେ ତୃତୀୟଥର ବଢ଼ିଲା ଲକଡାଉନ୍ ଅବଧି । ଲକଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ତେବେ ଏଥର ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ଗୁଡ଼ିକ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ତେବେ ରେଡ୍ ଜୋନ୍ ପାଇଁ ଅଧିକ କଟକଣା ରହିବ । ଏହି ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
