
ସଂଜୟ ଶତପଥୀ(କଟକ): ଆଜି କଟକ ର ବାଣିପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଜନନେତା ପ୍ରଦ୍ୟୁମ୍ନ ବଳ ସ୍ମୁତି କମିଟି,ଓଡିଶା ପକ୍ଷରୁ ଓଡ଼ିଶା ର ବିଶିଷ୍ଟ ଜନନେତା, ପୂର୍ବତନ ସାଂସଦ, ଦୈନିକ ସମ୍ବାଦପତ୍ର “ପ୍ରଗତିବାଦୀ”ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୁତି ଉତ୍ସବ ମହାସମାରୋହରେ ଡକ୍ଟର ବିଜୟାନନ୍ଦ ସିଂହ, ପ୍ରଫେସର, ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର, କିସ୍ ବିଶ୍ବବିଦ୍ୟାଳୟ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୂଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ବିଦ୍ଯୂତ ରଞ୍ଜନ ଷଡ଼ଙ୍ଗୀ, ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ କୁମାର ପଟ୍ଟନାୟକ ଯୋଗଦେଇଥୂଲେ। ସ୍ମୁତି ଉତ୍ସବ ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ସ୍ବଃ ବଳଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଶ୍ରଦ୍ଧାପୁଷ୍ପାଞ୍ଜଳି ଅର୍ପଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିଥିମାନେ ନିଜ ନିଜର ବକ୍ତବ୍ୟ ରେ ବର୍ତ୍ତମାନ ର ଓଡ଼ିଶା ସ୍ବଃ ବଳଙ୍କ ଅନୁପସ୍ଥିତିର ଅଭାବକୁ ମନେ ପକାଇବା ସହ ଜଣେ ନିଃସ୍ଵାର୍ଥପର, ପରୋପକାରୀ ଓ ଦକ୍ଷ ରାଜନେତା ଙ୍କ ନିତି ଆଦର୍ଶ କୁ ଆପଣେଇବାକୁ ସମସ୍ତ ରାଜନେତା, ସାମ୍ବାଦିକ ମାନଙ୍କୁ ନିବେଦନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଖବର ସଂଗ୍ରହ ଓ ପ୍ରସାର ଲାଗି ନିର୍ଭୀକ ଯୁବ-ସାମ୍ବାଦିକ ଶ୍ରୀ ମନୋରଞ୍ଜନ ମହାନ୍ତି ଙ୍କୁ ମର୍ଯ୍ୟାଦାଜନକ “ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ -୨୦୨୪” ରେ ଅତିଥିମାନଙ୍କ ଦ୍ଵାରା ମାନପତ୍ର,
ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅବଶେଷ ରେ ଜନନେତା ପ୍ରଦ୍ୟୁମ୍ନ ବଳ ସ୍ମୁତି କମିଟି -ଓଡିଶା ର ସାଧାରଣ ସମ୍ପାଦକ ସେକ୍ ମସୁଦ୍ ଅଲ୍ଲୀ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



