ପବିତ୍ର ପୁଷ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ…

ସଂଜୟ ଶତପଥୀ(କଟକ): ଆଜି ପ୍ରତ୍ୟେକ ହିନ୍ଦୁଧର୍ମୀ ମାନେ ମହାସମାରୋହରେ ପାଳନ କରୁଛନ୍ତି ପବିତ୍ର ପୁଷ୍ୟାଭିଷେକ ଉତ୍ସବ। ଏହି ପବିତ୍ର ଦିବସରେ ଆଜି କଟକ ର ମହୀଦାସ ବଜାର ର ଶ୍ରୀ ଜଗନ୍ନାଥ ରଥଯାତ୍ରା ପରିଚାଳନା ସମିତି ପକ୍ଷରୁ ତ୍ରୀଦିବସୀୟ ଉତ୍ସବକୁ ପାଳନ ଅବସରରେ ପୁଷ୍ୟାଭିଷେକ ଓ ଶ୍ରୀମଦ୍ଭାଗବଦ୍ କଥାମୃତ ଉତ୍ସବ ବହୁ ଆଧ୍ୟାତ୍ମିକ ପ୍ରବକ୍ତା ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଯାଇଛି।

ଉତ୍ସବ ର ପ୍ରଥମ ଦିବସରେ ବରେଣ୍ୟ ବକ୍ତା ଭାବେ ଓଡ଼ିଶା ର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ତଥା ପ୍ରସିଦ୍ଧ ଜଳୈ।କା ଆଶ୍ରମର ମୂଖ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ, ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍ , ସମ୍ମାନିତ ଅତିଥି ଭାବେ ଗୋ-ସୁରକ୍ଷା ବାହିନୀ ର ରାଜ୍ୟ ସଭାପତି ଆଇନଜୀବୀ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ସହଯୋଗ କରିଥିଲେ। ଅନୁଷ୍ଠାନ ର ସଭାପତି ଗାୟକ ମଞ୍ଜୁଳ ଶ୍ରୀ ଜଗନ୍ନାଥ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପୁଷ୍ୟାଭିଷେକ ଉତ୍ସବ ର ପ୍ରାରମ୍ଭରେ ଶ୍ରୀମାଳିନୀ ଡ୍ଯାନ୍ସ ଏକାଡେମୀ ର କଳାକାର ଙ୍କ ଦ୍ଵାରା ଦେବଦାସୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

ସନାତନ ଧର୍ମ ର ପ୍ରଚାର ଓ ପ୍ରସାର ଦିଗରେ ମୂଖ୍ୟ ଭୂମିକା ନିର୍ବାହ କରିଥୂବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ଆଧ୍ୟାତ୍ମିକ ପ୍ରବକ୍ତା ବାବାଜୀ ଶ୍ରୀ ଅମୃତାନନ୍ଦ ଦାସ ମହାରାଜ ଜୀ ପୁଷ୍ୟାଭିଷେକ ଉତ୍ସବ ର ମାହାତ୍ମ୍ୟ ଓ ଶ୍ରୀ ଜଗନ୍ନାଥଙ୍କ ମହିମା ବିଷୟରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ନିଜର ଅମୃତ ପ୍ରବଚନ ମାଧ୍ୟମରେ ସୂଚାଇବା ସହ ସମସ୍ତ ହିନ୍ଦୁ ନିଜ ନିଜର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବାକୁ ଓ ସରକାରଙ୍କୁ ଏହି ବିଷୟରେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। ଅବଶେଷରେ ଶ୍ରୀ ସୋମନାଥ ଦାସ ସମସ୍ତ ଉପସ୍ଥିତ ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

'ମିଶନ ମୌସମ'ର ଶୁଭାରମ୍ଭ କଲେ ପିଏମ୍‌ ମୋଦୀ

Tue Jan 14 , 2025
ବାସ୍ତବ ବ୍ୟୁରୋ: ‘ମିଶନ ମୌସମ’ର ଶୁଭାରମ୍ଭ କଲେ ପିଏମ୍‌ ମୋଦୀ । ଏହାର ଉଦ୍ଦେଶ୍ୟ ଦେଶକୁ ପ୍ରତି ମୁହୂର୍ତ୍ତରେ ପାଣିପାଗ ଏବଂ ଜଳବାୟୁର ମୁକାବିଲା କରିବା ପାଇଁ ଏକ ‘ସ୍ମାର୍ଟ ନେସନ୍’ ନିର୍ମାଣ କରିବା। ଏଥିରେ ପାଣିପାଗ ପୂର୍ବାନୁମାନ, ପାଣିପାଗ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଯୋଜନା ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ IMDର ୧୫୦ତମ ପ୍ରତିଷ୍ଠା ଦିବସରେ ଏକ ସ୍ମାରକୀ ମୁଦ୍ରା ଏବଂ ପାଣିପାଗ ସମ୍ବଳିତ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳନ ପାଇଁ IMD ଭିଜନ-୨୦୪୭ ଡକ୍ୟୁମେଣ୍ଟ ମଧ୍ୟ ଉନ୍ମୋଚନ କରିଥିଲେ। […]

You May Like

Pin It on Pinterest