
କଟକ(ସଂଜୟ ଶତପଥୀ): ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ଆୟୋଜିତ ଦଶାବତାର କଥାମୃତ ଗତକାଲି ଐତିହାସିକ ଟାଉନହଲ ସଭାଗୃହରେ ଉଦଯାପିତ ହୋଇଯାଇଛି ।
ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ନୟନ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ବିଜେପି ରାଜ୍ୟ ଉପ-ସଭାପତି ସୁନାମଧନ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସତସଙ୍ଗକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଦଗୁରୁଙ୍କ ସମ୍ପାଦିତ “କଳକୀ ମେଳା” ଓ ଅଭିନନ୍ଦନିକା ” ମୋଦୃଷ୍ଟିରେ ଡକ୍ଟର ଦାସ ” ଲୋକାର୍ପଣ କରିଥିଲେ । ପ୍ରାରମ୍ଭରେ ଦଶାବତାର ସ୍ତୋତ୍ର, ଶ୍ରୀ ଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯାଇଥିଲା ।
କୁଳପୁରୋହିତ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ହୃଷିକେଶ ପଣ୍ଡା ମଙ୍ଗଳାଷ୍ଟକ ଆବୃତ୍ତି କରିବା ପରେ ବରିଷ୍ଠ ସଦସ୍ୟ ଯୋଗେନ୍ଦ୍ରନାଥ ମାର୍ଥା ସ୍ୱାଗତ ଭାଷଣ ଦେଇଥିଲେ ।ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ ବିବରଣୀ ପାଠ କରିଥିଲେ ।ମୁଖ୍ୟ ପ୍ରବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଡକ୍ଟର ଅନନ୍ତ ଜ୍ଞାନଗୁରୁ ମହାରାଜ କଳକୀ ଅବତାର ଉପରେ ଶାସ୍ତ୍ରୀୟ ପ୍ରମାଣ ଦେଇ ସରକାରୀସ୍ତରରେ ସାଧୁସନ୍ଥମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରଖିଥିଲେ ।ଡକ୍ଟର ଦାସଙ୍କ ଯୁକ୍ତିଥିଲା ସରକାର ବାଘ, ସିଂହ, ହରିଣ ଓ କୁମ୍ଭୀରମାନଙ୍କ ଗଣତି କରୁଥିବାବେଳେ ସାଧୁସନ୍ଥଙ୍କ ତାଲିକା ପ୍ରସ୍ତୁତ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ଉଠାଇଥିଲେ ? ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଆଡ଼ଭୋକେଟ ବିଶ୍ୱଜିତା ଜେନା ମାନପତ୍ର ପାଠ କରିବା ପରେ ବିଶିଷ୍ଟ ସାରସ୍ୱତ ସାଧକ ରମେଶଚନ୍ଦ୍ର ରଥ(ଚେତନା), ବିଶିଷ୍ଟ ଜ୍ୟୋତିର୍ବିଦ ଦିବାକର ମିଶ୍ର, ଆଶିଷ କୁମାର ପତି, ନରସିଂହ ମହାପାତ୍ର, ରାମଭକ୍ତ ଲଲାଟେନ୍ଦୁ ବଡୁ, ପାଲାଗାୟକ ଜଗନ୍ନାଥ ସିଂହ, କୃଷ୍ଚନ୍ଦ୍ର ବଳ, କିଶୋର କୁମାର ପଣ୍ଡା, ଗଙ୍ଗାଧର ବେହେରା, ପଣ୍ଡିତ ଦୈତାରୀ ମହାପାତ୍ର, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ଶିଶୁ ପ୍ରତିଭା ସାଲଭି ଦାସ, ଶକ୍ତିସ୍ୱରୂପା ଦାସ, ବିଶ୍ୱମିତା ସାମଲ ଓ ଲକ୍ଷ୍ମୀସ୍ୱରୂପା ଦାସ ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା ।
ପାୟଲ ଡ୍ୟାନ୍ସ ଗ୍ରୁପର ଛାତ୍ରୀ ଦଶାବତାର ନୃତ୍ୟ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମକୁ ସର୍ବଶ୍ରୀ ପ୍ରିୟବ୍ରତ ମିଶ୍ର, କଳକୀରତ୍ନ ଲକ୍ଷ୍ମୀଧର ଦାସ, ଲୋକସମ୍ପର୍କ ପ୍ରମୁଖ ବିଜୟ ସାମଲ, ଭକ୍ତ ଅମୂଲ୍ୟ ମହାରଣା, ଆଡ଼ଭୋକେଟ ରାଣାପ୍ରତାପ ସିଂହ, ସଂଯୋଜ ସାମନ୍ତରାୟ, ସମାଜସେବୀ ନିବାସଚନ୍ଦ୍ର ମିଶ୍ର, ଆଲୋକ ସ୍ୱାଇଁ, ବିକ୍ରମ ଲେଙ୍କା, ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟ, ଆଲୋକ କୁମାର ମହାନ୍ତି ଓ ଡାକ୍ତର ଅନିନ୍ଦିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ ଅଭ୍ୟର୍ଥନା କମିଟିର ଉପ-ସଭାପତି ଧର୍ମପଦ ପୁରସ୍କାର ବିଜେତା ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ ।