
ବରଗଡ଼୦୭/୦୮(ନବୀନ କୁମାର ଦାଶ):ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳ ରେ ମିଳୁନି ବିଏସଏନଏଲ ସୁବିଧା।ଏନେଇ କେନ୍ଦ୍ର ଯୋଗା ଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।
ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି ଏବଂ ବିଏସଏନଏଲ ନେଟୱର୍କର ଅପଗ୍ରେଡେସନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ବରଗଡ଼ ସାଂସଦ ପ୍ରପଦୀପ ପୁରୋହିତ।ବିଶେଷକରି ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଆଭ୍ୟନ୍ତ ରୀଣ ଅଂଚଳରେ ଟେଲି ଯୋଗା ଯୋଗ ନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ।ଏସବୁ ଅଂଚଳର ଗାଁ ଲୋକମାନେ ସମ୍ମୁଖୀନ ହେଉ ଥିବା ଟେଲି ଯୋଗାଯୋଗ ଅସୁବିଧା ଉପରେ ସେ ଆଲୋକ ପାତ କରିଛନ୍ତି।
ଅପର୍ଯ୍ୟାପ୍ତ ବିଏସ ଏନଏଲ ଭିତ୍ତିଭୂମି ଯୋଗୁଁ ମୋବାଇଲ ସଂଯୋଗର ଗମ୍ଭୀର ଅଭାବକୁ ଦର୍ଶାଇଛନ୍ତି।କିଛି ଟାୱାର ଥିବା ସତ୍ତ୍ୱେ ସେମାନେ ଅନେକ ଗ୍ରାମାଂଚଳ ଏବଂ ଉପାନ୍ତ ଅଂଚଳରେ ପର୍ଯ୍ୟାପ୍ତ କଭରେଜ୍ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି।ଡଜିଟାଲ ଭାରତ ନିଧି ଯୋଜନାରେ ଉପଲବ୍ଧ ଥିବା ଆର୍ଥିକ ସହାୟତା ବ୍ୟବହାର କରି ବିଏସଏନଏଲ ଭିତ୍ତିଭୂମିକୁ ଅପଗ୍ରେଡ୍ କରି ସମସ୍ୟାର ସମାଧାନ କରିବାକୁ ପ୍ରଦୀପ ପୁରୋହିତ ଅନୁରୋଧ କରିଛନ୍ତି।
ଏହି ଯୋଜନା ଦେଶର ଅନୁନ୍ନତ ଏବଂ ଗ୍ରାମାଂଚଳରେ ଟେଲିକମ୍ ଭିତ୍ତିଭୂମି ସ୍ଥାପନକୁ ବିଶେଷ ଭାବେ ସହାୟକ ହୋଇଥାଏ। ଆଜିର ଡିଜିଟାଲ ଯୁଗରେ ମୋବାଇଲ ସେବା ଓ ନେଟୱର୍କ ନିତ୍ୟାନ୍ତ ଆବଶ୍ୟକ।କୋଟିକୋଟି ଲୋକ ମୋବାଇଲରେ କଥା ବାର୍ତ୍ତା,ସୁଚନା ନେଣଦେଣ, ମେସେଜିଂ ସହ ମୋବାଇଲ ବ୍ୟାଙ୍କିଂ,ମନୋରଂଜନ ଭଳି ସେବା ପାଉଛନ୍ତି।ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି, ବରଗଡ଼ ଜିଲ୍ଲାର ପଦ୍ମପୁର, ପାଇକମାଳ,ଝାରବନ୍ଧ ଓ ଅମ୍ବା ଭୋନା ଏବଂ ଝାରସୁଗୁଡ଼ାର ଜିଲ୍ଲାର ଲଖନପୁର ବ୍ଲକରେ ବିଏସଏନଏଲ ନେଟୱର୍କ ସୁବିଧା ନାହିଁ।
ଏସବୁ ଅଂଚଳରେ ବିଏସ ଏନଏଲ ଟାୱାର ସ୍ଥାପନା କରା ଯାଇଥିଲେ ବି ଉପାନ୍ତ ଅଂଚଳ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ସାଂସଦ ଦର୍ଶାଇଛନ୍ତି।ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଙ୍କୁ ସେ ଅନୁରୋଧ କରିଛନ୍ତି । ଆବଶ୍ୟକ ସ୍ଥାନରେ ନୂଆ ମୋବାଇଲ ଟାୱାର ସ୍ଥାପନା ବା ବିଏସଏନଏଲ ଭିତ୍ତିଭୂମିକୁ ଅପଗ୍ରେଡେସନ କରାଯାଉ ବୋଲି ସାଂସଦ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କହିଛନ୍ତି।



