ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାସଂଦ ପ୍ରଦୀପ ପୁରୋହିତ…

ବରଗଡ୧୮/୦୮(ନବୀନ କୁମାର ଦାଶ):ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାଂସଦ ପ୍ରଦୀପ ପୁରୋହିତ।ଆଜି ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କଲେ ପ୍ରଦୀପ ପୁରୋହିତ।ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ।

ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋ ଚନା କରିଥିଲେ।ଦେଶ ସ୍ୱାଧୀନ ହେବା ପରେ ଉତ୍ତରାଖଣ୍ଡର ଚିପ୍କୋ ଆନ୍ଦୋଳନ ଓ କେରଳର ସାଇଲେଣ୍ଟ ଭାଲି ଆନ୍ଦୋଳନ ପରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ହେଉଛି ତୃତୀୟ ଜନ ଆନ୍ଦୋ ଳନ।ଏହି ଆନ୍ଦୋଳନ ଫଳରେ ପରିବେଶ ସହ ଜନଜାତି ମାନଙ୍କୁ ସୁରକ୍ଷା ମିଳିପାରିଥିଲା।ଏହି କ୍ରମରେ ୧୯୮୦ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଐତିହାସିକ ବାଲକୋ ଆନ୍ଦୋ ଳନ ହୋଇଥିଲେ।ଏଥିରେ ୫୦ ହଜାରରୁ ଅଧିକ ଜନଜାତି, ସାଧୁସନ୍ଥ, ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ଥିଲେ।ଏହି ଆନ୍ଦୋଳନର ନେତୃ ତ୍ୱ ନେଇଥିଲେ ବର୍ତ୍ତମାନର ସାଂସଦ ପ୍ରଦୀପ ପୁରୋହିତ।ଆନ୍ଦୋଳନରେ ଗନ୍ଧମାର୍ଦ୍ଦନର ପବିତ୍ରତା ଓ ପରିବେଶ ବଞ୍ଚାଇ ବାରେ ସେ ଐତିହାସିକ ଭୂମିକା ନେଇଥିଲେ।ଯାହାଫଳରେ ଗନ୍ଧମାର୍ଦ୍ଦନ ଓ ଏଠାକାର ବାସିନ୍ଦାଙ୍କୁ ସୁରକ୍ଷା ଦିଆଯାଇ ପାରିଥିଲେ।

ଆଜି ବି ଗନ୍ଧମାର୍ଦ୍ଦନ ଅଂଚଳ ଓ ଆଖପାଖରେ ୫୦ ହଜାରରୁ ଅଧିକ ଆଦିବାସୀ ଏବଂ ଗ୍ରାମବାସୀ ବସବାସ କରୁଛନ୍ତି।ଯେଉଁମାନଙ୍କର ଜୀବୀକା ଜଙ୍ଗଲ,ଔଷଧୀୟ ବୃକ୍ଷ ଓ ପ୍ରାକୃତିକ ପରିବେଶ ଉପରେ ଆଧାରିତ।ଦୁର୍ଭାଗ୍ୟବଶତଃ ଆଜି ବି ଏମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବହୁ ପଛରେ ଅଛନ୍ତି।ଯଦି ଏଠାରେ ଆଧ୍ୟାତ୍ମିକ ପର୍ଯ୍ୟଟନ,ପରିବେଶ ପର୍ଯ୍ୟଟନ ଓ ଅଂଚଳର ବିକାଶ ହୋଇ ପାରିଲେ ଏହି ଅଂଚଳ ନୂଆ ପରିଚୟ ସୃଷ୍ଟି ପାଇପାରିବ ବୋଲି ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ।ଆଦିବାସୀ ସଂସ୍କୃତି ସହ ଗନ୍ଧମାର୍ଦ୍ଦନ ପର୍ବତ ଯୋଡ଼ି ହୋଇ ରହିଥିବାରୁ ଅନୁକୁଳ ସମୟ ଦେଖି ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆଗ ମନ ପାଇଁ ଦ୍ରେୀପଦୀ ମୁର୍ମୁଙ୍କୁ ବିନମ୍ର ନିବେଦନ କରିଛନ୍ତି ବରଗଡ଼ ସାଂସଦ।

ରାଷ୍ଟ୍ରପତିଙ୍କ ଆଗମନ ଏହି ଅଂଚଳ ପାଇଁ ଐତିହାସିକ ଓ ଅବିସ୍ମରଣୀୟ ହେବ ବୋଲି କହିଛନ୍ତି ବରଗଡ଼ ସାଂସଦ।ରାଷ୍ଟ୍ରପତି ଗନ୍ଧମାର୍ଦ୍ଦନ ଆସିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ତାଙ୍କ ଧର୍ମ ପତ୍ନୀ ପ୍ରତିମା ପୁରୋହିତ, ଦ୍ୱାରିକା ପ୍ରସାଦ ପଣ୍ଡା ଓ ଅନ୍ନପୂର୍ଣ୍ଣା ପଣ୍ଡା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ବରଗଡ଼ ରେ ବିଜେଡି ପକ୍ଷରୁବିଶାଳ ଚାଷୀ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ...

Tue Aug 19 , 2025
ବରଗଡ଼୧୮/୦୮(ନବୀନ କୁମାର ଦାଶ):ଓଡ଼ିଶା ର କୃଷକ ମାନଙ୍କ ସମସ୍ୟା ଓ ଏହାର ତ୍ୱରିତ ସମାଧାନ ନିମନ୍ତେ ବିଜେଡି ପକ୍ଷରୁ ବରଗଡ଼ ଠାରେ ବିଶାଳ ଚାଷୀ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସର ରେ ଚାଷୀ ମାନଙ୍କ ପାଇଁ ଜଟିଳ ପଞ୍ଜି କରଣ ବ୍ୟବସ୍ଥା,ଦ୍ଵନ୍ଦ ରେ ଚାଷୀ,ପଞ୍ଜି କରଣ ବ୍ୟବସ୍ଥା କୁ ସରଲୀ କରଣ ସହିତ ପଞ୍ଜି କରଣ ଅବଧି ବୃଦ୍ଧି,ବିଫଳ ପ୍ରଧାନ ମନ୍ତ୍ରୀ ଫସଲ ବିମା […]

You May Like

Pin It on Pinterest