
କଟକ(ବାସ୍ତବବ୍ୟୁରୋ): ଓଡ଼ିଶା ପୋଲିସ୍ ବାହିନୀ ର ଦକ୍ଷତା ବୃଦ୍ଧି ଦିଗରେ ଅଧିକ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ୮ମ ଅନ୍ତ-ରାଜ୍ଯସ୍ତରୀୟ କମାଣ୍ଡୋ ପ୍ରତିଯୋଗିତା ଚନ୍ଦକା ସ୍ଥିତ ଓଡ଼ିଶା ପୋଲିସ୍ ବାହିନୀ ର ସ୍ପେଷାଲ୍ ଅପରେସନ୍ ଗୃପ ପରିସରରେ ତ୍ରିଦିବସୀୟ ତଥା ତା ୨୩/୧୨/୨୦୨୫ ରିଖ ଠାରୁ ତା ୨୬/୧୨/୨୦୨୫ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ୬ଷ୍ଠ ବାଟାଲିୟନ,କଟକ, ୪ର୍ଥ ବାଟାଲିୟନ, ରାଉରକେଲା,୨ୟ ବାଟାଲିୟନ ଝାରସୁଗୁଡ଼ା, ୧ମ ବାଟାଲିୟନ, ଢେଙ୍କାନାଳ ଓ ୭ମ ବାଟାଲିୟନ, ଭୁବନେଶ୍ୱର ର ପ୍ରତିଯୋଗୀ ମାନେ ଯୋଗଦେଇଥିଲେ। ପୋଲିସ୍ ବିଭାଗ ର ବିଭିନ୍ନ ବିଷୟ କୁ ଆଧାର କରି ଏହି ପ୍ରତିଯୋଗିତା ବିଶେଷ ଗୁରୁତ୍ବପୂର୍ଣ୍ଣ ଥୂଲା। ଏହି ପ୍ରତିଯୋଗିତାର ଚୟନ କମିଟି ର ମୂଖ୍ୟ ଡଃ ଦୀପକ୍ କୁମାର,ଆଇ.ଜି,(ପୋଲିସ୍), ଙ୍କ ତତ୍ବାବଧାନରେ ଗଠିତ କମିଟିରେ ଶ୍ରୀ ଲୋଚନ ପଶାୟତ, ଦୂର୍ଗପତି, ସ୍ପେଷାଲ୍ ଅପରେସନ୍ ଗୃପ,ଚନ୍ଦକା, ଶ୍ରୀ ଅଶୋକ କୁମାର ବିଶ୍ବାଳ,ଉପ-ଦୂର୍ଗପତି, ଭୁବନେଶ୍ୱର, ଶ୍ରୀ ନିରାକାର ମହାପାତ୍ର, ସହକାରୀ ଦୂର୍ଗପତି,ଚନ୍ଦକା, ସହଯୋଗ କରିଥିଲେ।
ବିଭିନ୍ନ ବିଷୟରେ ଏହି ପ୍ରତିଦ୍ବନ୍ଦିତାମୂଳକ ପ୍ରତିଯୋଗିତାରେ ସମସ୍ତ ଦଳକୁ ପଛରେ ପକାଇ କଟକ ର ୬ଷ୍ଠ ବାଟାଲିୟନ ପ୍ରଥମ ସ୍ଥାନ ଅଧିକାର କରି ଦଳଗତ ଚମ୍ପିୟାନସ୍ ଟ୍ରଫି ହାସଲ କରିଛି। ମୂଖ୍ୟ ଅତିଥି ଙ୍କ ଠାରୁ ଏହି ଦଳଗତ ଚମ୍ପିୟାନସ୍ ଟ୍ରଫି ୬ଷ୍ଠ ବାଟାଲିୟନ, କଟକ ର ଦୂର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ, ସହକାରୀ ଦୂର୍ଗପତି ଶ୍ରୀ ମାନ୍ଧାତା ସାଇ ଏବଂ କମାଣ୍ଡୋ ଦଳର ମୂଖ୍ୟ ଗ୍ରହଣ କରିଥିଲେ। ଏହି ସଫଳତା କେବଳ ୬ଷ୍ଠ ବାଟାଲିୟନ ର ନୁହେଁ ସମସ୍ତ କଟକର ପୋଲିସ୍ ବିଭାଗ ର ସଫଳତା ବୋଲି ଦୂର୍ଗପତି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ କମାଣ୍ଡୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଏହି ଦଳ ୬ଷ୍ଠ ବାଟାଲିୟନ ପରିସର ରେ ପହଞ୍ଚିବା ପରେ ବାଟାଲିୟନ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିଙ୍କୁ ସହକାରୀ ଦୂର୍ଗପତି ଶ୍ରୀ ମାନ୍ଧାତା ସାଇ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହି ବାଟାଲିୟନ ଆହୁରି ସଫଳତା ହାସଲ କରି ଓଡ଼ିଶା ପୋଲିସ ବାହିନୀର ଗର୍ବ ବଢାଇବ ବୋଲି ମତପ୍ରକାଶ କରିଥିଲେ।



