ଦୁଇ ଅଭ୍ୟାସଗତ ଛିନତାଇ ଅପରାଧୀ ଙ୍କୁ ବାନ୍ଧିଲା ପୁରୀଘାଟ ପୋଲିସ୍….

କଟକ(ବାସ୍ତବବ୍ୟୁରୋ): କଟକ ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିବା ଦେଖି କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅପରାଧୀଙ୍କ ଉପରେ କଡା ନଜର ରଖୂଛି କଟକ ପୋଲିସ୍। ବିଭିନ୍ନ ସ୍ଥାନରେ, ବିଭିନ୍ନ ସମୟରେ ଚଢ଼ାଉ, ଜାରି ରହିଥିବା ବେଳେ ଆଜି ଏହି ଅପରେସନ ରେ ୨ ପେଷାଦାର ତଥା ଅଭ୍ୟାସଗତ ଅପରାଧୀ ଙ୍କୁ ଗିରଫ କରିଛି ପୁରୀଘାଟ ପୋଲିସ୍।

ଜଣାଯାଏ ଯେ ଗତ ତା ୦୬/୦୧/୨୦୨୬ ରିଖ ସନ୍ଧ୍ୟା ଘ୪/୩୦ ସମୟରେ କଟକ ର ପୁରୀଘାଟ ଥାନା ନିକଟରୁ ଜନୈକ ୩୩ ବର୍ଷ ର ମହିଳା ଶ୍ରୀମତୀ ଭାଗ୍ୟଶ୍ରୀ ମହାନ୍ତି ନିଜ ମାଆଙ୍କ ସହ ସ୍କୁଟି ରେ ଯାଉଥିବା ବେଳେ ଦୁଇଜଣ ପେଷାଦାର ଅପରାଧୀ ଏକ ପଲସର ମୋଟରସାଇକେଲ ନଂ-ଓଡି.୦୨-ଡି.କେ-୦୭୫୯ ରେ ଆସି ମହିଳା ଙ୍କ ବେକରୁ ପିନ୍ଧିଥିବା ୧୫ ଗ୍ରାମ ର ସୁନାହାର ଝାମ୍ପି ନେଇ ପଳେଇ ଯାଉଥିବା ବେଳେ ମହିଳା ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ପାଟି କରିବାରୁ ଦୁଇ ଅପରାଧୀ ଭୟଭୀତ ହୋଇ ଗାଡ଼ି ଚଲାଇବାର ଭାରସାମ୍ୟ ହରାଇ ରାସ୍ତା ରେ ପଡିଯାଇଥୂଲେ। ଖବର ପାଇ ପୁରୀଘାଟ ଥାନା ଅଧିକାରୀ ଶ୍ରୀ ବିଶ୍ଵରଞ୍ଜନ ନାୟକ ଙ୍କ ନିର୍ଦ୍ଦେଶ ରେ ପୁରୀଘାଟ ଥାନା ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଆଣିଥିଲେ।

ଜେରା ସମୟରେ ଏହି ଦୁଇ ଅପରାଧୀ ଭୁବନେଶ୍ବର ଲକ୍ଷ୍ମୀ ସାଗର ର ବାବୁ ନାୟକ ଓରଫ୍ ଗୁଲୁ ଓରଫ୍ ବୁଲୁ ହୋଇଥିଲା ବେଳେ ଅନ୍ୟ ମହିଳା ଜଣକ ଭୁବନେଶ୍ବର ବଡଗଡ ର ଶିବାଲୀ ଓରଫ୍ ଶୁଭଶ୍ରୀ ପାଣି। ଅଭିଯୁକ୍ତ ବାବୁ ନାୟକ ଏକ ପେଷାଦାର ଅଭିଯୁକ୍ତ ଯାହା ନାଁ ରେ ଭୁବନେଶ୍ୱର ର ବିଭିନ୍ନ ଥାନା ରେ ଯଥା ନୂଆ ପଲ୍ଲୀ ଥାନା, ଖଣ୍ଡଗିରି ଥାନା, ସହୀଦ ନଗର ଥାନା ଓ କ୍ୟାପିଟାଲ ଥାନା ରେ ୧୨ ରୁ ଅଧିକ ବିଭିନ୍ନ ମାମଲା ରହିଛି।ଅନୁରୁପ ଭାବେ ଶୁଭଶ୍ରୀ ପାଣି ଙ୍କ ନାମ ରେ ବିଭିନ୍ନ ଥାନା ରେ ଡକାୟତି ଓ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରିବାର ମାମଲା ମଧ୍ୟ ରହିଛି। କେବଳ ଭୁବନେଶ୍ଵର ନୁହେଁ କଟକ ର ବାଦାମବାଡ଼ି ଥାନା, ମଧୁପାଟଣା ଥାନା ଓ ମଞ୍ଚେଶ୍ବର ଥାନା ରେ ମଧ୍ୟ ଏହି ଦୁଇ ଜଣଙ୍କ ନାମରେ ବିଭିନ୍ନ ଛିନତାଇ ମାମଲା ରହିଛି।

ତଦନ୍ତ ସମୟରେ ଏହି ଦୁଇ ଜଣଙ୍କ ଠାରୁ ୧.୬୭୦ ଗ୍ରାମ ର ସୁନା ଲକେଟ୍ ଜବତ କରିବା ସହ ଅପରାଧୀ ଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ୩୦୯(୬),୧୧୧, ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।କଟକ କମିଶନରେଟ୍ ପୋଲିସ୍ କୁ ପୁରୀଘାଟ ପୋଲିସ୍ ର ନୂତନ ବର୍ଷ ର ପ୍ରଥମ ଭେଟି ବୋଲି ଚର୍ଚ୍ଚା ହେଉଥିଲା ବେଳେ ଆଗାମୀ ଦିନରେ ବ୍ୟାପକ ଚଢାଉ ଅଭିଯାନ କରାଯିବ ବୋଲି ପୁରୀଘାଟ ଥାନା ଅଧିକାରୀ ଶ୍ରୀ ବିଶ୍ବ ରଞ୍ଜନ ନାୟକ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ଗଙ୍ଗା ମନ୍ଦିର ପୁଜା କମିଟି ର ନୂତନ ବର୍ଷ ରେ ନୂତନ ପୁଜା କମିଟି...

Tue Jan 13 , 2026
ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ବଜାର ଗଙ୍ଗା ମନ୍ଦିର ର ନୂତନ ବର୍ଷ ରେ ନୂତନ କମିଟି ସର୍ବସମ୍ମତିକ୍ରମେ ଗଠିତ ହୋଇଯାଇଛି। ଆଜି ଗଙ୍ଗା ମନ୍ଦିର ପୁଜା କମିଟି ପରିସରରେ ଆହୁତ ବୈଠକ ରେ ଉପସ୍ଥିତ ଥିବା ଗଙ୍ଗା ମନ୍ଦିର ଅଞ୍ଚଳର ସମସ୍ତ ବାସିନ୍ଦା ଙ୍କ ଅନୁମୋଦନ ଓ ସର୍ବସମ୍ମତିକ୍ରମେ ଗଙ୍ଗା ମନ୍ଦିର ପୁଜା କମିଟି ର ସଭାପତି ଭାବେ ଶ୍ରୀ ଉମାଶଙ୍କର ଦାସ ମନୋନୀତ ହୋଇଥିବା ବେଳେ ସାଧାରଣ […]

You May Like

Pin It on Pinterest