
ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ବଜାର ଗଙ୍ଗା ମନ୍ଦିର ର ନୂତନ ବର୍ଷ ରେ ନୂତନ କମିଟି ସର୍ବସମ୍ମତିକ୍ରମେ ଗଠିତ ହୋଇଯାଇଛି।
ଆଜି ଗଙ୍ଗା ମନ୍ଦିର ପୁଜା କମିଟି ପରିସରରେ ଆହୁତ ବୈଠକ ରେ ଉପସ୍ଥିତ ଥିବା ଗଙ୍ଗା ମନ୍ଦିର ଅଞ୍ଚଳର ସମସ୍ତ ବାସିନ୍ଦା ଙ୍କ ଅନୁମୋଦନ ଓ ସର୍ବସମ୍ମତିକ୍ରମେ ଗଙ୍ଗା ମନ୍ଦିର ପୁଜା କମିଟି ର ସଭାପତି ଭାବେ ଶ୍ରୀ ଉମାଶଙ୍କର ଦାସ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଶ୍ରୀ ପ୍ରଦୀପ କୁମାର ସିଂହ ମନୋନୀତ ହୋଇଥିଲେ। ନିର୍ବାଚନ ପ୍ରକିୟା ଅନୁଯାୟୀ ମନୋନୀତ ସଭାପତି ଓ ସାଧାରଣ ସମ୍ପାଦକ ଓ ପୁଜା କମିଟି ର ସଦସ୍ୟ ଙ୍କ ମତାମତକୁ ଆଧାର କରି ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ରାଜକିଶୋର ମଙ୍ଗଲ୍,ଉପ-ସଭାପତି ଭାବେ ଶ୍ରୀ ମାନଗୋବିନ୍ଦ ପୃଷ୍ଟି, ଶ୍ରୀ କାଳିପ୍ରସାଦ ଘୋଷ, ଶ୍ରୀ ମନୋଜକାନ୍ତି ଘୋଷ, ଶ୍ରୀ କିଶୋର ମହାନ୍ତି, ଶ୍ରୀ ଲକ୍ଷ୍ମଣ ଦାସ ଓ ଶ୍ରୀ କମଳାକାନ୍ତ ମହାନ୍ତି, ସଂଗଠନ-ସମ୍ପାଦକ ଶ୍ରୀ ସୁନିଲ୍ କୁମାର ମହାନ୍ତି,ଯୁଗ୍ମ-ସମ୍ପାଦକ ଶ୍ରୀ ବିବେକାନନ୍ଦ ସାହୁ, ଶ୍ରୀ ରୁଦ୍ରମୋହନ ମହାପାତ୍ର, ଶ୍ରୀ ଭୀମସେନ ସାହୁ, ଶ୍ରୀ ଦିଲ୍ଲୀପ ବାରିକ, ଶ୍ରୀ ସରୋଜ କୁମାର ବେହେରା ଓ ଶ୍ରୀ ନିଲୁ ସେଠୀ, କୋଷାଧ୍ୟକ୍ଷ ଭାବେ ଶ୍ରୀ ଅଜୟ କୁମାର ହାତୀ ମନୋନୀତ ହୋଇଥିବା ବେଳେ ଯୁଗ୍ମ-କୋଷାଧ୍ଯକ୍ଷ ଭାବେ ଶ୍ରୀ ଦେବରଞ୍ଜନ ସାହୁ ମନୋନୀତ ହୋଇଛନ୍ତି।
ନୂତନ ମନୋନୀତ/ନିର୍ବାଚିତ ବଜାର କମିଟି ସଦସ୍ୟମାନଙ୍କୁ ଗଙ୍ଗା ମନ୍ଦିର ବଜାର ପକ୍ଷରୁ ସ୍ବାଗତ କରାଯିବା ସହ ସର୍ବ ପୁରାତନ ଐତିହାସିକ ବଜାର ଗଙ୍ଗା ମନ୍ଦିର ର ତଥା ବାସିନ୍ଦା ମାନଙ୍କ ଉନ୍ନତି ଦିଗରେ ଏହି କମିଟି କାର୍ଯ୍ୟ କରିବ ବୋଲି ନୂତନ ସଭାପତି ଶ୍ରୀ ଦାସ ଓ ସମ୍ପାଦକ ଶ୍ରୀ ସିଂ ମତପ୍ରକାଶ କରିଥିଲେ। ଅବଶେଷରେ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।



