କୁରୁଜଙ୍ଗ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ସୂର୍ଯ୍ୟମଣି ମହାପାତ୍ର ଆଉ ନାହାନ୍ତି….

କୁରୁଜଙ୍ଗ/ପୁରୀ(ନିପ୍ର): କୁରୁଜଙ୍ଗ ପଞ୍ଚାୟତର ପ୍ରଥମ ପୂର୍ବତନ ମହିଳା ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୂର୍ଯ୍ୟମଣି ମହାପାତ୍ରଙ୍କର ଆଜି ତା ୧୭/୩/୨୦୨୬ରିଖ ମଙ୍ଗଳବାର ଭୋର ୫ ଘଟିକା ସମୟରେ ନିଜ ବାସଭବନରେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଜଣେ ମହିୟସୀ, ଦୟାଳୁ ଏବଂ ପରୋପକାରୀ ମହିଳା ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସେ ତାଙ୍କ ସମସ୍କନ୍ଦ ବୟସର ଶେଷ ପିଢ଼ିର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ।
​ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଚାରି ପୁଅ ପ୍ରଫୁଲ୍ଲ କୁମାର ମହାପାତ୍ର, ତ୍ରିଭୁବନ, ପ୍ରମୋଦ ଓ ପ୍ରସନ୍ନ, ଚାରି ବୋହୂ ସ୍ଵର୍ଣ୍ଣଲତା, ମଞ୍ଜୁବାଳା, ବନ୍ଦନା ଓ ମୀରା, ଝିଅ ପ୍ରମିଳାଙ୍କ ସମେତ ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର କୁରୁଜଙ୍ଗ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ଶତାଧିକ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
​ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା। ସେଠାରେ ଶାସ୍ତ୍ରୀୟ ବିଧି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ତାଙ୍କ ଭଳି ଜଣେ ଆଦର୍ଶ ଜନପ୍ରତିନିଧିଙ୍କ ହରାଇ ସ୍ଥାନୀୟ ଅଞ୍ଚଳବାସୀ ଜଣେ ପ୍ରକୃତ ଅଭିଭାବକଙ୍କୁ ହରାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

ସେୟାର କରନ୍ତୁ

You May Like

Pin It on Pinterest