
ନୟାଗଡ(ବାସ୍ତବକଥା): ଶରଣକୁଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସ ଏବେ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଖାକି ପଛରେ ଖାକି ଲାଗିଛି।ନୟାଗଡ଼ ଜାମୁସାହି ଗାଁର ଜଣେ ୪୦ ବର୍ଷୀୟା ମହିଳା ଜମି ବିବାଦରେ ସାହାଯ୍ୟ ମାଗିବାକୁ ଥାନାକୁ ଯାଇଥିଲେ। ଅଭିଯୋଗ ଅନୁସାରେ IIC ସୁଜିତ ଦାସ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଅଶ୍ଳୀଳ ଫଟୋ ପଠାଇବା, ଭିଡିଓ କଲରେ ଅସଦାଚରଣ ଏବଂ ପରେ ଜବରଦସ୍ତ ଦୁଷ୍କର୍ମ କରିଥିଲେ।
ମହିଳା ଜଣକ ହ୍ବାଟ୍ସଆପ ଚାଟ୍ ଏବଂ ସ୍କ୍ରିନସଟ୍ ପ୍ରମାଣ ଭାବେ ଦେଇଥିଲେ।ଜୁନ୍ ୧୭ ରେ ଶରଣକୁଳ ଥାନାରେ FIR No. 133 ରୁଜୁ ହେଲା। ଜୁନ୍ ୨୨ ରେ DGP ତାଙ୍କୁ ସସପେଣ୍ଡ କଲେ।ପ୍ରଥମେ ନୟାଗଡ଼ ପୋଲିସ ତଦନ୍ତ କରୁଥିଲା, ପରେ ମାମଲା କ୍ରାଇମବ୍ରାଞ୍ଚ CAW & CW କୁ ଦିଆଗଲା ।ସୁଜିତ ଦାସ ହାଇକୋର୍ଟରୁ ଅନୁରୀଣ ସୁରକ୍ଷା ପାଇଥିଲେ ଏବଂ ଅଗଷ୍ଟ ୪ ରେ ହାଜର ହୋଇଥିଲେ। ଅଗଷ୍ଟ ୨୦ ରେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିଦେଲେ।
SDJM I Non-Bailable Warrant (NBW) ଜାରି କରିଛନ୍ତି। ଗତକାଲିଠୁ କ୍ରାଇମବ୍ରାଞ୍ଚର ୩-୪ ଟି ଟିମ୍ ଭୁବନେଶ୍ବର ଚନ୍ଦ୍ରଶେଖରପୁରେ ଥିବା ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି, କିନ୍ତୁ ସେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।



