ତ୍ରୀଭାଷୀ ପୁସ୍ତକ ‘ଅନୁଭୂତିରେ ଶ୍ରୀସନ୍ଥ’ ଉନ୍ମୋଚିତ…

କଟକ(ସଂଜୟ ଶତପଥୀ): କଟକ ର ରେକୀ ମିଶନର ପ୍ରତିଷ୍ଠାତା ତଥା ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀସନ୍ଥଙ୍କ ଶିଷ୍ୟ ଶ୍ରୀ ଭାରତ ଭୂଷଣ ରାୟଙ୍କ ଦ୍ଵାରା ରଚିତ ତ୍ରୀଭାଷୀ ପୁସ୍ତକ” ଅନୁଭୁତିରେ ଶ୍ରୀସନ୍ଥ”ଶନିବାର ସନ୍ଧ୍ୟାରେ କଟକର ଶତାବ୍ଦୀ ଭବନ ପରିସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି।

ଏହି ଉନ୍ମୋଚନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଶ୍ରୀ ରାଜୁ ସାମଲ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଲେଖିକା ସଂସଦର ବରିଷ୍ଠ ସାହିତ୍ୟିକା ଓ ସଭାପତି ଡ. ଶକୁନ୍ତଳା ବଳିୟାରସିଂହ ପ୍ରମୁଖ ଯୋଗଦେଇ ଦୀର୍ଘ ତିନି ଦଶନ୍ଧିର ଆଧ୍ୟାତ୍ମିକ ଯାତ୍ରା, ଗୁରୁକୃପାର ବିଭିନ୍ନ ଅନୁଭୂତି ଓ ଜୀବନରେ ପାଇଥିବା ଶିକ୍ଷାକୁ ନେଇ ଲେଖକ ଶ୍ରୀ ଭାରତ ଭୁଷଣ ରାୟଙ୍କ ରଚିତ “ଅନୁଭୁତିରେ ଶ୍ରୀସନ୍ଥ” ପୁସ୍ତକ ବେଶ୍ ହୃଦୟସ୍ପର୍ଷୀ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିବା ବେଳେ ପୁସ୍ତକଟିକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ରଚନା କରି ଶ୍ରୀ ରାୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରାକ୍ତନ କୁଳସଚିବ ତଥା ସାହିତ୍ୟିକ ଓ ଶିକ୍ଷାବିତ ଡ.ଅଭୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଗୁରୁ ସେନା ଓ ଶକ୍ତି ସେନାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Next Post

‘ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାର’ ଓ ‘ରୋଜେଟ୍ ନେଲ୍ ଷ୍ଟୁଡିଓ ଆଣ୍ଡ ସ୍ପା’ର ଭବ୍ୟ ଶୁଭାରମ୍ଭ....

Sun Sep 27 , 2026
କଟକ(ସଂଜୟ ଶତପଥୀ): କଟକ ସହରରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେବା କ୍ଷେତ୍ରରେ ଦୁଇଟି ନୂତନ ପ୍ରତିଷ୍ଠାନ ‘ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାର’ ଏବଂ ‘ରୋଜେଟ୍ ନେଲ୍ ଷ୍ଟୁଡିଓ ଆଣ୍ଡ ସ୍ପା’ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଶ୍ୟାମପ୍ରେମୀ ଶ୍ରୀ ନରେଶ ଗନେରିୱାଲଙ୍କ ଦୁଇ ଝିଅଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଦୁଇ ପ୍ରତିଷ୍ଠାନ ମାଧ୍ୟମରେ କଟକବାସୀ ଆଧୁନିକ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେବା ପାଇପାରିବେ।ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାରର ପରିଚାଳକ […]

You May Like

Pin It on Pinterest