ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ ରେ ଟ୍ରେନ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ହିଁ ସେବା ଆୟୋଜନ କରାଯାଇଥିଲା I ଯାତ୍ରୀମାନଙ୍କୁ ସଚେତନ କରିବାପାଇଁ ଶ୍ରୀ କୁମାର ଏବଂ ଅନ୍ୟ ଅଧିକାରୀ ମାନେ ପ୍ଲାଷ୍ଟିକ ବ୍ୟାଗ ସାଙ୍ଗରେ ନେଉଥିବା ଯାତ୍ରୀ ମାନଙ୍କୁ ସଚେତନତା ବାର୍ତା ପହଂଚାଇବା ପାଇଁ ଡିସପୋଜେବଲ ବ୍ୟାଗ ବଣ୍ଟନ କରିଥିଲେ I ଏହି ଅବସରେରେ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତାର ବାର୍ତ୍ତା ପହଞ୍ଚାଇବI ପାଇଁ ରେଳବାଇ କର୍ମଚାରୀ ମାନେ ବିଭିନ୍ନ ସ୍ଲୋଗାନ ସହିତ ରାଲି ବାହାର କରି ସଚେତନ କରାଇଥିବାବେଳେ ନୂକଡ଼ ନାଟକ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Oct 1 , 2019
୧-ବିଲ କରାଇବାକୁ ୨୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଳେଇ। ୨-ଗାନ୍ଧୀ ଜୟନ୍ତୀରୁ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ କବି କୁମ୍ଭ ମେଳା, ଓଡିଶାକୁ ଆସିବେ ୮୨ ଦେଶରୁ ୧୦୦୦ ବିଶ୍ବସ୍ତରୀୟ କବି। ୩-HSRP କଟକଣା ୧ ମାସ କୋହଳ, ଏଚଏସଆରପି ପ୍ଲେଟ୍ ନଦେଲେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ୪-ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ଏନ୍‌ଆଇଏ […]

You May Like

Pin It on Pinterest