ପ୍ରମୋଦ ନାୟକ(ଭୁବନେଶ୍ବର) : ଆମ ରାଜ୍ୟରେ ବିଜେପି ସରକାର,୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ନୂଆ ସରକାର ଶପଥ ସମାରୋହର ମାତ୍ର ୨ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଓ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ଅତିଥି ଭବନ(ଗେଷ୍ଟ ହାଉସ)ରୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । […]

ମନୋଜ ମହାନ୍ତି(ଭୁବନେଶ୍ବର) :ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ। ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର ୬୭ ସ୍ଥାନରେ ଚଢାଉ କରାଯାଉଛି। ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ଏହି ଚଢାଉରେ ସାମିଲ ଅଛନ୍ତି। ସେହିପରି ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ […]

ସଂଜୟ ଶତପଥୀ(କଟକ): ଶ୍ରମିକର କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବି ଜିଲ୍ଲା ଶ୍ରମ ଅଧିରୀଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା ।ସମ୍ମାନ ଓ ଆନୁଗତ୍ୟର ସହିତ ସହୃଦୟ ସହଯୋଗ ଓ ଆଶୁ ପଦକ୍ଷେପ କାମନା କରି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଆଜି କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଟକ ସଦର ଥାନା ଅନ୍ତର୍ଗତ […]

ବରଗଡ:-୧୧.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ ଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଏକ କଣ୍ଟେନର୍ ରାଜପଥ ଉପରେ ଅତି ତଳିଆ ହୋଇ ଝୁଲିରହି ବିପଦ କୁ ଆମନ୍ତ୍ରଣ କରୁଥିବା ୧୧କେଭି ମୁକୁଳା ତାର ଲାଗି କଣ୍ଟେନର୍ ଗାଡ଼ି ଟାୟାର ଜଳି ଉଠିଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ।ଏନେଇ ନିକଟରେ ରହିଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ […]

ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ବପୁରାତନ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ” ଠାରେ ସାଂସ୍କୃତିକ ଅନୁଷ୍ଠାନ ନିଖିଳ ଉତ୍କଳ କଳା ନିକେତନ ପକ୍ଷରୁ ଆୟୋଜନ କରାଯାଇଛି ତ୍ରୀଦିବସୀୟ ରଙ୍ଗ ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ସୁନାମଧନ୍ୟ ଅନୁଷ୍ଠାନ ଭାଗ ନେଇଥୂବା ବେଳେ ଓଡ଼ିଶୀ ନୃତ୍ୟ, ଡ୍ରାମା ସହିତ ଓଡ଼ିଶା ର କଳାସଂସ୍କୃତି ର ପ୍ରତିଯୋଗିତା ର ଆୟୋଜନ କରାଯାଇଛି। ଆଜି କାର୍ଯ୍ୟକ୍ରମ ର ପ୍ରଥମ ଦିବସର ସନ୍ଧ୍ୟାରେ ଓଡ଼ିଶାର […]

ଭୁବନେଶ୍ବର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସୁସାହିତ୍ଯିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁସାହିତ୍ଯିକା ଉଷାରାଣୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କବି ଓ କବୟତ୍ରୀ ମାନଙ୍କ ହୃଦୟରେ ଆତ୍ମାରେ ଅହରହ […]

ନବୀନଦାଶ(ବରଗଡ):ଆଜି ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି।ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ୧୦୦(ଶତ ପ୍ରତିଶତ) ରେଜଲ୍ଟରେ ବାଜି ମାରି ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଅପୂର୍ବ ସଫଳତା ହାସଲ କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗର୍ବ ଏବଂ ଗୌରବର ବିଷୟ […]

ବୋଲୋଗଡ:ବେଗୁନିଆ ଅନ୍ତର୍ଗତ କାଉଁରିଆ ପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍ ସହ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଆଜି ବିଳମ୍ବିତ ରାତିରେ ଗିରଫ କରି, ପରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା।ଜାମିନ୍ ନାମଞ୍ଜୁର ହେବାରୁ ଶ୍ରୀ ଜଗଦେବଙ୍କୁ ଖୋର୍ଧା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ପ୍ରିଜାଇଡିଂ ଅଫିମର ଜ୍ଞାନରଞ୍ଜନ ତ୍ରିପାଠୀ ଜୟଦେବଙ୍କ ବିରୋଧରେ ଦେଇଥିବା ଏତଲା […]

ସଂଜୟ ଶତପଥୀ(କଟକ): ଓଡିଶା ର ୩ୟ ପର୍ଯ୍ୟାୟ ନିର୍ବାଚନ ରେ ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀରେ ମତଦାନ ଚାଲିଥିଲା ବେଳେ ମହିଳା ପୋଲିଂ ଅଧିକାରୀଣି ମୃତ୍ୟୁବରଣ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ,ମୃତ ମହିଳା ପୋଲିଂ ଅଧିକାରୀଣି ଶ୍ରୀମତୀ ସୁଜାତା ମିତ୍ର କଟକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୂନରେ ଥିବା ତଥା ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀର ବାଖରାବାଦ ପ୍ରାଥମିକ ବିଦ୍ୟାଳୟ ରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୨୪/୦୫: ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ସମ୍ଭାବ୍ୟ ବାତ୍ୟା ରେମାଲ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ […]

Breaking News

Pin It on Pinterest