ଭୁବନେଶ୍ବର(ବାସ୍ତବବ୍ୟୁରୋ):ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସୁବିଧା । ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା […]

ଯାଜପୁର/ଜଗସିଂପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ି ବଢି ଲାଗିଛି।ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ହେବା ଦ୍ୱାରା,ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ଲୋକଙ୍କର ଘର ଭିତରକୁ ପାଣି ପଶିଛି। ଚାଷଜମି ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, […]

କଟକ ଓ କେନ୍ଦ୍ରାପଡ଼ାରୁ-ସଞ୍ଜୟ ଶତପଥୀ ଓ ଜୟନ୍ତ ଶତପଥୀ: ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାନି ମହାନଦୀ ।ବନ୍ୟାଜଳ ବୃଦ୍ଧିକୁ ନେଇ, ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳ ଅଧିବାସୀ । ଅନେକ ସ୍ଥାନରେ ନଦୀ ବନ୍ଧରେ ଘଳିଆ ପଡିଛି। ପଛୁଆ ପାଣି ଅଧିକାଂଶ ଅଞ୍ଚଳକୁ ବୁଡାଇ ସାରିଲାଣି। ଏଭଳି ସ୍ଥିତିରେ ଲୋକ କ୍ଷୟକ୍ଷତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ମହାନଦୀ ଓ […]

ନବୀନ ଦାଶ(ଅତାବିରା):ସ୍ଵାଧୀନତା ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସର ରେ ସାରା ଭାରତରେ ” ଆଜାଦି କି ଅମୃତ ମହୋତ୍ସବ ” ପାଳିତ ହେଉଛି ।ଦେଶ ରେ “ହର୍ ଘର୍ ତ୍ରିରଙ୍ଗା” ଲଗାଇ ଭାରତ ମାତାଙ୍କୁ ସମ୍ମାନକୁ ଦ୍ଵିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କୁ ସମ୍ମାନ ଯଣାଇବା ସହ ଅତାବିରା ରେ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ତ୍ରିରଙ୍ଗା ପତାକା କୁ ନେଇ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା […]

ସଞ୍ଜୟ ଶତପଥୀ(କଟକ):ଓଡିଶାର ଅନ୍ଯତମ ପ୍ରସିଦ୍ଧ ଶକ୍ତିପୀଠ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ଭଟ୍ଟାରିକାଙ୍କ ମନ୍ଦିର ର ବେଢାରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ପ୍ରବେଶ କରିଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ଯାମ୍ ରୁ ଜଳ ନିଷ୍କାସିତ ହୋଇଥିବାରୁ ଏହି ପ୍ରକାରର ପରିସ୍ଥିତି ଉପୁଜିଛି। ମା’ଭଟ୍ଟାରିକାଙ୍କ ଗମ୍ଭୀରା ମଧ୍ଯରେ ବନ୍ଯାଜଳ ପ୍ରବେଶ କରିବା କାରଣରୁ ମାଆଙ୍କର ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟରେ ଥୂବା ରତ୍ନଗିରି […]

ନନ୍ଦିନୀ ପ୍ରଧାନ(ସମ୍ବଲପୁର) ୧୪।୦୮: ଅନବରତ ଲାଗିରହିଛି ବର୍ଷା । ତଳିଆ ଅଞ୍ଚଳ ବାସୀଙ୍କୁ ବନ୍ୟା ଆଶଙ୍କା ଡରାଇଲାଣି ।ଉପରମୁଣ୍ଡ ହେଉ ବା ତଳ ମୁଣ୍ଡ ବର୍ଷା ଛାଡୁନି ।ମହାନଦୀ ଛାତି ଫୁଲାଇ ଚାଲିଛି । ଏଥି ପାଇଁ ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା ।ସେହି ଜିଲ୍ଲା ଗୁଡିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ । ବନ୍ୟା ପରିସ୍ଥିତିକୁ ନାଜରେ […]

ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି […]

ରାଉରକେଲା: ଆସନ୍ତା ୧୩ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଉରକେଲା ଗସ୍ତରେ ଆସୁଛନ୍ତି। ଏଥିସହ ଜିଲ୍ଲା ବିଜେପି ପାର୍ଟି ଅଫିସ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।ଦୁଇ ଦିନ ତଳେ ଶାହାଂକ ଗୁରୁମନ୍ତ୍ର ପାଇ,ଓଡିଶା ବିଜେବି ନିଦରୁ ଉଠିଥିବା ବେଳେ,ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ସୁନ୍ଦରଗଡ଼ ବିଜେପି ଶିବିର। ପୁରା […]

ସଂଜୟ ଶତପଥୀ: ବ୍ରହ୍ମପୁର ଜିଲ୍ଲାରେ ହରିହର ନଗରସ୍ଥିତ ଶ୍ରୀ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୁପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଆରୋଗ୍ୟ ଭାରତୀ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ସଚେତନତା ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ରହିଥିବା ବେଳେ ଅନୁଷ୍ଠାନର ଅଧ୍ଯକ୍ଷ ଡ.ନକୁଳ ସାହୁ ଓ ଡ.ଚି.ହାରାମଣୀ ରୋଗୀମାନଙ୍କର ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ […]

ପ୍ରମୋଦ ନାୟକ(ଭୁବନେଶ୍ବର):ଆମ ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଫଳରେ ଏହା ୯ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବାସହ,ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ […]

Pin It on Pinterest