ପ୍ରମୋଦ ନାୟକ(ଭୁବନେଶ୍ବର):ଆମ ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଫଳରେ ଏହା ୯ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବାସହ,ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ […]
odisha
ବରଗଡ଼:-୫/୮( ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା କାର୍ଯ୍ୟାଳୟ ପାଖାପାଖି ଗୋଟିଏ ବର୍ଷ ହେବ ମୂରବୀ ଶ୍ରୀହୀନ ହୋଇ ନାହିଁ ନାହିଁ ରେ ଚାଲିଛି।ଶିକ୍ଷା କାର୍ଯ୍ୟାଳୟ ରେ କର୍ମଚାରି ଅଭାବ ସାଙ୍ଗକୁ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକରେ କେଉଁଠି ଶିକ୍ଷକ ଅଭାବତ କେଉଁଠି ଛାତ୍ର ଛାତ୍ରୀ ୩୦ କୁ ଶିକ୍ଷକ ମାଳମାଳ ।ଅତାବିରା ଶିକ୍ଷା କାର୍ଯ୍ୟାଳୟ ରେ ଦାୟିତ୍ବରେ ଏବିଇଓ କାର୍ତ୍ତିକ ବାଗ୍,ଏବିଇଓ ଦାଶ […]
କଟକର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ “ଶ୍ରୀ ଗଣେଶ ମହାତ୍ସବ-୨୦୨୨” ର ପ୍ରସ୍ତୁତି ବୈଠକ ମହାସମାରୋହରେ ମହୋତ୍ସବ କମିଟିର ସଭାପତି ଶ୍ରୀ ସରୋଜ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ଅତିଥିମାନଙ୍କ ମଧ୍ଯରେ ମହୋତ୍ସବ କମିଟିର ମୂଖ୍ଯ ଉପଦେଷ୍ଟା ମାନ୍ଯବର ନ୍ଯାୟମୂର୍ତ୍ତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାଇଡୁ, ମୂଖ୍ଯ ପ୍ରୂଷ୍ଟପୋଷକ ବରିଷ୍ଠ ସାମ୍ବାଦିକ, ବରିଷ୍ଠ ରାଜନେତା, ଦୈନିକ ସମ୍ବାଦପତ୍ର “ସମ୍ବାଦ” ର […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ)୦୫/୦୮: ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ,ରାଜ୍ୟରେ ବର୍ଷା ବଢ଼ିବ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ୪.୫ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର […]
ପ୍ରମୋଦ ନାୟକ(ଭୁବନେଶ୍ବର):ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ, ଆଇପିଏସ୍ ଓ ଓପିଏସ୍ ସ୍ତରରେ ଅଦଳବଦଳ ହୋଇଛି। ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍ପିଙ୍କୁ ବଦଳି ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର […]
ଜୟନ୍ତ ଶତପଥୀ(ଡେରାବିଶି):ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଭଣାଗାଁ ଦଶ ନମ୍ବର ୱାର୍ଡ ରେ ଚାଲିଥିବା କଂକ୍ରିଟ ରୋଡ ଅତି ନିମ୍ନ ମାନର ହେଉଛି ବୋଲି ଗ୍ରାମବାସୀ ମାନେ କାମ ବନ୍ଦ କରି ଦେଇଛନ୍ତି | ଗୋଡି, ମେଣ୍ଟାଲ ଅତି ନିମ୍ନ ମାନର ଓ ସେଗୁଡାକ ସବୁ ଧଳା, ଚିଲା ବୋଲି କାମକୁ ଏକ ବର୍ଷ ହେଲାଣି ବନ୍ଦ କରିଥିଲେ |ହେଲେ ପୁଣି କାଲି କାମ ଆରମ୍ଭ କରାଯାଇଥିବା ବେଳେ, କୌଣସି […]
ଅଭୟ ସାହୁ(ସାଲେପୁର):କଟକ ଚାନ୍ଦବାଲି ରୋଡ଼,ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ହୋଇଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଅନୁଯାଇ, କଟକରୁ ରାଜନଗର ଯାଉଥିବା […]
ଭୁବନେଶ୍ୱର, ୨୮/୦୭:ଅକ୍ଟୋବର ୧୬ ତାରିଖରେ, ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା । ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍ସି ୱେବ୍ସାଇଟ୍ରୁ ମିଳିପାରିବ ବୋଲି କୁହାଯାଇଛି । […]
ରାକେଶ ମହାନ୍ତି(କେନ୍ଦ୍ରାପଡା):୨୭-୦୭-ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଚେର ମାଡ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସଞ୍ଜୀବ ସିଂ । ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହା ପରେ କେନ୍ଦ୍ରାପଡ଼ା […]
ଭୁବନେଶ୍ବର(ବାସ୍ତବବ୍ୟୁରୋ): ଏଲ ଆଣ୍ଡ ଟି କଂପାନୀକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ । ପ୍ରଶ୍ନକାଳରେ ହଟ୍ଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି କମ୍ପାନି ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଞ୍ଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ […]


