
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର ) ବର୍ଷା ଋତୁ ଆସିଲେ କଟକ ସହରର ଅବସ୍ଥା ଅତୀ ଶୋଚନୀୟ ହୋଇପଡେ । ଜଳ ଓ ନର୍ଦମା ପାଣି ନିସ୍କାସନ ପାଇଁ କଟକ ସହରରେ ବକ୍ସ ଡ୍ରେନ ପାଇଁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଅଛି । ପଟାପୋଲ ଠାରୁ ମାତୃଭବନ ଯାଏଁ ରହିଥିବା ୩.୪ କିମି କେନାଲ ଉପରେ ପ୍ରସ୍ତୁତ ହେବ ବକ୍ସ ଡ୍ରେନ । ବକ୍ସ ଡ୍ରେନ ଉପରେ ଓସାରିଆ ରାସ୍ତା ନିର୍ମାଣ ହେବ । ଯହାଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଓ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଦୂର ହେବ । ଏଥିପାଇଁ ୪୫୦ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ରାଜ୍ୟ । ଏହି ପ୍ରକଳ୍ପ ନିଶ୍ଚୟ କଟକର ଅନେକ ଅସୁବିଧାକୁ ଦୂର କରିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଦେଢ଼ ବର୍ଷ ମଧ୍ୟରେ ଜାଇକା ଏହି କାମ ଶେଷ ହେବା ପାଇଁ ସ୍ଥିର କରାଯାଇଛି । ତେବେ ବୁଧବାର ସର୍କିଟ ହାଉସରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଗାମୀ ଦିନରେ କିପରି ସହର ମୌସୁମୀ ସମୟରେ ଜଳବନ୍ଦୀ ସମସ୍ୟା ନ ହୁଏ ସେନେଇ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଧାୟକ ଓ ସାଂସଦଙ୍କ ସହ କଥା ହୋଇଥିଲେ । ଏହି ବୈଠକରେ ବିଧାୟକ ସୌଭିକ ବିଶ୍ୱାଳ, ସାଂସଦ ସୁବାସ ସିଂ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହିବା ସହ କ୍ୟାବିନେଟ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।