ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନିଚ୍ଛକ ଚିତ୍ର- ଭଦ୍ରକରେ ପୁଣିଥରେ ଖଟିଆରେ ବୁହା ହେଲେ ରୋଗୀ ଦେଖନ୍ତୁ ଏ ଭିଡିଓ….

ବାସ୍ତବବ୍ୟୁରୋ:(ଭଦ୍ରକ) ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ | ଆଉ ପଦରେ ପଡିଲା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନିଚ୍ଛକ ଚିତ୍ର। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ରୋଗୀକୁ ଖଟିଆରେ ନେବାକୁ ପଡୁଛି। ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଉପକୂଳ ଅଞ୍ଚଳର।

ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ପଂଚପଡାର, ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ବାଧ୍ୟ ହୋଇ କିଛି ବ୍ୟକ୍ତି ତାଙ୍କୁ ଖଟିଆରେ ବୋହି ଗ୍ରାମଠାରୁ ୧ କିଲୋମିଟର ନେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗ୍ରାମକୁ ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୋହିବାକୁ ନେଇ ଗ୍ରାମରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଟ୍ ସର୍କିଟରେ ଅଗ୍ନକାଣ୍ଡ ଘଟି ଜଳିଗଲା ୪ବଖରା ଘର...

Sun Jun 13 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀ ୩ପରିବାରଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାପତ୍ର, ଧାନ,ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଥିବା ଅଗ୍ନିବିପନ୍ନ କହିଛନ୍ତି। ଏପରିକି ୪୦କିମି ଦୂର ଧାମନଗର ଅଗ୍ନିଶମକୁ ଫୋନ ଯୋଗେ ଜଣାଇଥିଲେ ମଧ୍ଯ ଦୀର୍ଘଘଣ୍ଟା […]

You May Like

Pin It on Pinterest