
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀ ୩ପରିବାରଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାପତ୍ର, ଧାନ,ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଥିବା ଅଗ୍ନିବିପନ୍ନ କହିଛନ୍ତି।
ଏପରିକି ୪୦କିମି ଦୂର ଧାମନଗର ଅଗ୍ନିଶମକୁ ଫୋନ ଯୋଗେ ଜଣାଇଥିଲେ ମଧ୍ଯ ଦୀର୍ଘଘଣ୍ଟା ପରେ ପହଁଚିଥିଲେ ମଧ୍ଯ ନିଆଁରେ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଥିଲା। ବିଶେଷକରି ଏହି ଆରଡି ଓ ଆଖପାଖ ବଜାରରେ ଅଗ୍ନିଶମ କାର୍ଯାଳୟ ନଥିବାରୁ ବହୁ ଧନଜୀବନ ନିଆଁ ଆଁରେ ଚାଲିଯାଉଛି।