ଅଭାବନୀୟ ଘଟଣା ଶେଷରେ ନିଜ ସ୍ତ୍ରୀ ଦେଲେ ମୁଖାଗ୍ନି…

ବାସ୍ତବବ୍ୟୁରୋ:(ଢେଙ୍କାନାଳ)ମହାମାରୀ କରୋନା ବଢ଼ାଇଛି ସମ୍ପର୍କରେ ଦୂରତା |ହଜାଇ ଦେଇଛି ମାନବିକତା ।କରୋନା ସଂକ୍ରମଣର ସୂଚନା ମିଳିଲେ,ଭାଇବନ୍ଧୁ ଆତ୍ମୀୟ ସ୍ୱଜନ ପର ହୋଇ ଯାଉଛନ୍ତି | ସ୍ୱାମୀ ପାଇଁ ସ୍ତ୍ରୀ,ବା ସ୍ତ୍ରୀ ପାଇଁ ସ୍ୱାମୀ ହୋଇଯାଉଛି ଅଛୁଆଁ | ହିନ୍ଦୁ ଧର୍ମ ଅନୁସାରେ ଶବଦାହ ସମୟରେ ସନ୍ତାନ ମୁଖାଗ୍ନି ଦେଇ ଥାଏ । କରୋନା ସେତକବି ଛଡାଇ ନେଇଛି |

ମୁଖାଗ୍ନି ଦେବା ଦୂରର କଥା ଅସ୍ତି କଳସ ବି ନେଉନାହାନ୍ତି ପରିବାର ଲୋକେ |ସତରେ ଦିନକୁ ଦିନ କେତେ ଅସହାୟ ହୋଇଯାଉଛେ ଆମେ |ଆଜି ଏପରି ଆଉ ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ଢେଙ୍କାନାଳ ସହର ତଳି ବୋରାପଦା ଗ୍ରାମରେ । ମୃତଦେହ ଦୀର୍ଘ ୧୦ଘଣ୍ଟା ଧରି ପଡିରହିବା ପରେ ବି ସାଇ ପଡିସା କେହି ଆଡ଼ ଆଖିରେ ଚାହିଁଲେନି |ଶେଷରେ ଢେଙ୍କାନାଳ ବଜରଙ୍ଗ କ୍ଲବର ଉତ୍ସାହୀ ଯୁବକ ମାନେ ମୃତଦେହ ଶ୍ମଶାନକୁ ନେଇ ଦାହ କରିଛନ୍ତି ।ଏତିକିରେ ସରିଯାଣି ଏହି ଦୁଖଦଃ କାହାଣୀ,ଆଉଏକ ଅଭାବନୀୟ ଖବର ନିଜ ସ୍ତ୍ରୀ ଦେଇଛନ୍ତି ମୁଖାଗ୍ନି |

ଖବର ଅନୁଯାଇ ,ପୂର୍ତ୍ତ ବିଭାଗର କର୍ମଚାରୀ ଗୌରାଙ୍ଗ ମଲ୍ଲିକ,ଘର ବୋରାପଦା |ସେ କରୋନା ସଂକ୍ରମିତ ହେବାପରେ କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ତାଙ୍କର ଅକ୍ସିଜେନ ଲେଭଲ କମ ହୋଇ ଗୁରୁତର ଅବସ୍ଥାରେ ଘରେ ମୃତ୍ୟୁ ଘଟିଥିଲା । ଗୌରାଙ୍ଗଙ୍କର କୌଣସି ସନ୍ତାନ ନଥିବା ବେଳେ ସାହି ପଡିଶା କରନା ଭୟରେ ମୁହଁ ଫେରାଇ ନେଇଥିଲେ ।ପ୍ରାୟ ଦୀର୍ଘ ୧୦ଘଣ୍ଟା ଶବ ପଡିରହିଥିବା ଖବର ପାଇଁ ବଜରଙ୍ଗ କ୍ଲବ ସଦସ୍ୟମାନେ ପହଞ୍ଚି, ମୃତଦେହ ସହରର ମହିଷାପାଟ ସ୍ଥିତ ଶ୍ମଶାନକୁ ନେଇ ହିନ୍ଦୁ ପରମ୍ପରା ମୁତାବକ ଦାହ କରିଥିଲେ |

ସବୁଠାରୁ ହୃଦୟ ବିଦାରକ ବିଷୟ,ହିନ୍ଦୁ ଧର୍ମ ଅନୁଯାଇ ସ୍ମସାନକୁ କେହି ସ୍ତ୍ରୀଲୋକ ଯିବା ଅନୁଚିତ |ହେଲେ ସାଇ ପଡିସା ଆତ୍ମୀୟ ସ୍ୱଜନ କରୋନା ଦରରେ ପାଖ ମାଡ଼ିନଥିବା ଓ ସନ୍ତାନ ନଥିବାରୁ ଶେଷରେ ଗୌରାଙ୍ଗଙ୍କୁ ସ୍ତ୍ରୀ ଦେଲେ ନିଜ ସ୍ୱାମୀକୁ ମୁଖାଗ୍ନି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜାରି...

Sun Jun 13 , 2021
ବାସ୍ତବବ୍ୟୁରୋ: (ବରୀ) ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ରଘୁନାଥପୁର ପଂଚାୟତରେ ସୂଚନା ଅନୁସାରେ ରଘୁନାଥପୁର ଗାଁ ର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକରେ ଘର କରି ରହୁଥିଲେ ଗୋବିନ୍ଦ ବେହେରାଙ୍କ ପୁଅ ଗୌରାଙ୍ଗ ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ରସିଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳେ ପୋଲିସ […]

You May Like

Pin It on Pinterest