
ବାସ୍ତବବ୍ୟୁରୋ: (ଭବାନୀପାଟଣା)ଆଜି କଳାହାଣ୍ଡି ଜିଲ୍ଲା ରେ ନକଲି ଔଷଧ ର ଖୋଲ ତାଡ଼ ହେବା ସହ ଦୁଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି।ହିମାଚଳ ପ୍ରଦେଶ ରୁ ନକଲି ଔଷଧ ଆଣି ବିକ୍ରି କରୁଥିବା ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଷ୍ଟ ଓ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟେଡର୍ସ ଉପରେ ଚଢ଼ାଉ ହୋଇଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା।ତେବେ ଚଢ଼ାଉ ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ସହ ଔଷଧ ଜବତ ହୋଇଥିବା ଜଣା ପଡେ। ସୂଚନା ଯେ କଟକ ଲିଙ୍କ ପରେ ନକଲି ଔଷଧ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଖୋଲତାଡ଼ ସହ ଚଢ଼ାଉ ପ୍ରକ୍ରିୟା ଜାରୀରହିଛି।



