୧-ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ସେଣ୍ଟ୍ରାଲ ଏକ୍ସାଇଜ୍, କଷ୍ଟମ ବିଭାଗ ଓ RPFର ଚଢ଼ାଉ, ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧ କେଜି ସୁନା ବିସ୍କୁଟ ଜବତ।
୨-ପୁରୀ: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ଆଜି ପଞ୍ଜୀକରଣର ଶେଷ ଦିନ।
୩-ଦୁର୍ନୀତି ଖୋର ଅଫିସରଙ୍କୁ ସରକାରୀ ଛାଟ, ଜଣେ ଡିଏଫଓ ଓ ୨ ନିର୍ବାହୀ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର।
୪-କେନ୍ଦ୍ରାପଡ଼ାରେ ଅପରାଧୀଙ୍କୁ ଜଗିବ ସିସିଟିଭି କ୍ୟାମେରା।ସହରର ୧୨ ଟି ଗୁରୁତ୍ୱପୂର୍ଣ ସ୍ଥାନରେ ପ୍ରାୟ ୩୬ଟି କ୍ୟାମେରା ଲାଗିବ।
୫-ଅଷ୍ଟ୍ରିଆର ପିଟର ହ୍ୟାଣ୍ଡକେ ଓ ପୋଲାଣ୍ଡର ଓଲଗା ତୋକାରଟୁକଙ୍କୁ ମିଳିଲା ସାହିତ୍ୟ ପାଇଁ ନୋବେଲ।
୬-ଘାରିଲା କଳାତାଲିକାଭୁକ୍ତ ହେବାର ଭୟ, ଲୋକ ଦେଖାଣିଆ ହାଫିଜର ୪ ସହଯୋଗୀଙ୍କୁ ଗିରଫ କଲା ପାକିସ୍ତାନ।
୭-ସରକାରୀ ଛୁଟିରେ ହେବ ଏଲଏଲ କ୍ୟାମ୍ପ, ସ୍କୁଲ, କଲେଜ ଓ ବ୍ଲକ ଅଫିସରରେ ହେବ ବ୍ୟବସ୍ଥା।
୮-ଭଦ୍ରକ:ସାରଥୀଙ୍କ ଭକ୍ତ କରୁଥିବା ସତ୍ସଙ୍ଗକୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଅଟକାଇଲା ପୁଲିସ୍।
୯-ଯାଜପୁର: ହେଲ୍ମେଟ୍ ଚେକିଂ ବେଳେ ମହିଳା ଟ୍ରାଫିକ୍ ଇନିସ୍ପେକ୍ଟରଙ୍କୁ ଆକ୍ରମଣ, ଢେଲା ମାଡରେ ମୁଣ୍ଡ ଫାଟିଲା-ଦୁଇ ଗିରଫ।
୧୦-ବଡବିଲ – ବସ ସହ ବାଇକ୍ ମୁହାଁମୁହିଁ ଧକ୍କା, ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ।
୧୧-ରାଜଧାନୀରେ ବଢିବ ଘରର ହୋଲ୍ଡିଂ ଟ୍ୟାକ୍ସ, ମହଙ୍ଗା ହେବ ଜମି !ପ୍ରାୟ ୧୫ ଗୁଣା ଅଧିକ ହୋଲଡିଙ୍ଗ ଟାକ୍ସ ଭରିବେ ଘର ମାଲିକ ।



