
ବାସ୍ତବ ବ୍ୟୁରୋ:ଚୌଦ୍ଵାର :(ଦୀପକ୍ କୁମାର) ଚୌଦ୍ଵାର ପୋଲିସ୍ କୁ ରଜରେ ମିଳିଛି ସଫଳତା । ଗିରଫ କରିଛି ଆଠ ଜଣ ଜୁଆଡ଼ିଙ୍କୁ । ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଉତ୍ତରେଶ୍ୱର ମନ୍ଦିର ପାଖରେ କିଛି ଲୋକ ଜୁଆ ଖେଳୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୌଦ୍ଵାର ପୋଲିସ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଚୌଦ୍ଵାର ପୋଲିସ୍ ଉକ୍ତ ସ୍ଥାନ ରୁ ଆଠ ଜଣ ଜୁଆଡ଼ି କୁ ଗିରଫ କରିଥିଲା।

ଏହା ସହିତ ସେମାନଙ୍କ ଠାରୁ ଜୁଆ ଖେଳ ପାଇଁ ବ୍ୟବହୃତ ତାସ୍ ,ନଗଦ ଦଶ ହଜାର ତିନି ଶହ ତିରିଶ ଟଙ୍କା ଓ ତିନୋଟି ବାଇକ୍ ଜବତ୍ କରାଯାଇଛି। ଗିରଫ ଜୁଆଡ଼ି ମାନେ ହେଲେ ବରାଦ ପ୍ରସାଦ ନାୟକ,ରାଜେନ୍ଦ୍ର ରାଉତ, ଟିନ ବେହେରା,ପ୍ରକାଶ ଜେନା,ରମେଶ ବେହେରା,ପ୍ରଶାନ୍ତ ଜେନା,ଚନ୍ଦ୍ର ଶେଖର ବେହେରା ଓ ଦୈତାରି ମାଝୀ। ଏହି ଜୁଆଡ଼ି ମାନଙ୍କ ବିରୋଧରେ ଚୌଦ୍ଵାର ପୋଲିସ୍ କେସ ନମ୍ବର ୨୪୬/୨୧ ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।



