ଜୁନ ୩୦ ଯାଏ ବଢିଲା ଲକଡାଉନ୍ କରୋନା କଟକଣାରେ ହେବ କୋହଳ…

ବାସ୍ତବବ୍ୟୁରୋ:ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେଉଛି କରୋନା ମହାମାରୀ |କମିବାରେ ଲାଗିଛି ସଂକ୍ରମଣ ହାର,ରାଜ୍ୟବାସୀଙ୍କ ମନରେ ଆସିଛି ଟିକିଏ ଆଶ୍ବସ୍ତି | ଏହି ସମୟରେ ଆଜି ସରକାରଙ୍କ ଘୋଷଣାକୁ ଚାତକ ପରି ଚାହିଁଛନ୍ତି ସମସ୍ତେ |ସରକାର କଣକରିବେ ଘୋଷଣା ଅନଲକ୍ ହେବକି ନା ଏମିତି ଅନେକ ପ୍ରଶ୍ନ |ହେଲେ ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ଯାହା ଆମର ଅନୁମାନ ସହ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାଇ,ଜୁନ ୩୦ ଯାଏ ବଢିପାରେ ଲକଡାଉନ |କରୋନା କଟକଣାରେ ହୋଇପାରେ ଟିକିଏ କୋହଳ |ରାଜ୍ୟର ରେଡ ଜୋନରେ ଦିନ ୧୧ ଟା ଯାଏ ଥିବା କୋହଳ ବଢିପାରେ ୨ ଟା ପର୍ଯ୍ୟନ୍ତ |ସେହିପରି ଏଲୋ ଜୋନରେ ୨ ଟା ପରିବର୍ତ୍ତେ ସନ୍ଧ୍ୟା ୫ ଟା ଯାଏ ହୋଇପାରେ କୋହଳ |

ହେଲେ ସପଟାନ୍ତର ସଟଡାଉନ ରେ ପରିବର୍ତ୍ତନ ହୋଇନପାରେ ପ୍ରୟୁଙ୍କ ଶନିବାର ରବିବାର ଜାରିରହିବ ସଟଡାଉନ,ସେହିପରି ନାଇଟ କରଫୁ ବଳବତ୍ତର ରହିପାରେ |ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି |ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଅନୁଯାଇ, ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁର୍ବ ଶତୃତା କୁ ଭିତ୍ତିକରି ଆକ୍ରମଣ ଜଣେ ମୃତ ଦୁଇଜଣ ଗୁରୁତର...

Wed Jun 16 , 2021
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଉତ୍ତର ମୁଖୀ ବସ୍ତିରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି, ଯାହାକି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଣ୍ଡା ରେ ଆକ୍ରମଣ ହୋଇଥିବାବେଳେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି, ମୃତ ଯୁବକ ଜଣକ ଙ୍କ ହେଲେ ଚନ୍ଦନ ପ୍ରଧାନ, ଖବର ପାଇ ବଡବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]

You May Like

Pin It on Pinterest