
ବାସ୍ତବବ୍ୟୁରୋ:( ପୁରୀ) ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା,ଖୁବ ଶୀଘ୍ର ଫଳପ୍ରଦ ହେବାକୁ ଯାଉଛି |ଆଜି ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲିଦେଖିଛନ୍ତିଏୟାରପୋର୍ଟ ଅଫ ଇଣ୍ଡିଆ ଅଥରିଟିର ଟିମ୍ ।ଖୁବଶିଘ୍ର ପୁରୀରେ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ।
ବିମାନ ବନ୍ଦର ପାଇଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା । ଏୟାରପୋର୍ଟ ଅଫ ଇଣ୍ଡିଆ ଅଥରିଟିର ଟିମ୍ ଜମି ଦେଖିବା ପରେ ପରବର୍ତ୍ତୀ ରୂପ ରେଖ ପ୍ରସ୍ତୁତ ହେବ । ଟିମ୍ ସହ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।



