
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କୋଭିଡ ମହାମାରୀ ସମୟରେ ସମଗ୍ର ଦେଶକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଣ ସହିତ,ସଫଳ କୋଭିଡ ପରିଚାଳନା ପାଇଁ ଦେଶ ବିଦେଶରୁ ଓଡିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବା ବେଳେ ବିଜେପି ଏଥିରେ ଈର୍ଷାନ୍ୱିତ ହୋଇପଡିଥିବା କହିଛନ୍ତି ବିଜେଡି ପ୍ରଵକ୍ତା ସୁଶ୍ରୀ ସାହୁ |
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡିର ନେତ୍ରୀ ସୁଶ୍ରୀସାହୂ କହିଛନ୍ତିଯେ, ବିଜେପି ନେତ୍ରୀ ଅଭ୍ୟାସଗତ ଭାବରେ ଆଜି ପୁଣି ଓଡିଶା ବାସୀଙ୍କୁ ମିଛ ଗପ ଶୁଣାଇ ଭଣ୍ଡେଇବାକୁ ଅପଚେଷ୍ଟା କରୁଛନ୍ତି |ରାଜ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ୮୫୦୦କୋଟି ତାଙ୍କର ଘୋଷଣାକୁ ସେ ହଜମ କରିନପାରି, ଆଜି ପୁଣିଥରେ ସର୍ବସାଧାରଣରେ ଶସ୍ତା ବ୍ୟକ୍ତବ୍ୟ ଲୋକହସା ହୋଇଛନ୍ତି |
ସେ ଆହୁରି ମଧ୍ୟ କହିଛନ୍ତିକି,ବାଲେଶ୍ୱର ଓ ପିପିଲି ଉପନିର୍ବାଚନରେ ଟିକେଟ ନପାଇବାର କଷ୍ଟ ଆଜିମଧ୍ୟ ତାଙ୍କ ମନରୁ ଯାଇନି |ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ବିଜେପି ନେତ୍ରୀ ହତାଶ ହୋଇ ଓଡିଶା ବାସୀଙ୍କୁ ବାରମ୍ବାର ଏଭଳି ମିଛ ଗପ ଶୁଣାଇବାରେ ଲାଗିଛନ୍ତି |ନିଜର ରାଜନୈତିକ ଅଭିସନ୍ଧି ପୁରାଣ ପାଇଁ ସର୍କାଙ୍କ ସଫଳ କାର୍ଯ୍ୟକୁ ବିରୋଧ କରି ବିଜେପିର ଏପରି ମନଗଢ଼ା ଓ ମିଥ୍ୟ ପ୍ରଚାରକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି ସୁଶ୍ରୀ ସହୂ ଚେତାଇ ଦେଇଛନ୍ତି |



