ବାସ୍ତବବ୍ୟୁରୋ:ଆଜି କୋଲକାତାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ କୋଭିଡ୍ -୧୯ରେ ମୃତ୍ୟୁବରଣ କରିଛନ୍ତି।ଆଜି (ଶୁକ୍ରବାର) ରାତି ପ୍ରାୟ ୧୦.୧୫ରେ ଦେବାଶିଷ ପାଣିଗ୍ରାହୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।
କରୋନା ସଂକ୍ରମିତ ହେବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ଜଟିଳତା ସୃଷ୍ଟି ହୋଇଥିବାରୁ ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ।ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଯୋଗୁ ଜୁନ ୮ରେ ତାଙ୍କୁ ଭୁବନେଶ୍ୱରରୁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା।
୧୯୯୧ ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ ଶ୍ରୀ ପାଣିଗ୍ରାହୀ, ସେ କେଓଞ୍ଜର, ଭୁବନେଶ୍ୱର, ପୁରୀ, ଗଂଜାମ ଏବଂ କଟକ ଭଳି ପ୍ରମୁଖ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲି । ସେ ଡିଆଇଜି ଅଫ୍ ପୋଲିସ୍ (ପ୍ରଶାସନ), ସ୍ୱତନ୍ତ୍ର ସଚିବ, ଗୃହ ବିଭାଗ, ଓଡ଼ିଶା ସରକାରଙ୍କ, ଆଇଜି ଅଫ୍ ପୋଲିସ୍ (ଆଧୁନିକୀକରଣ) ଏବଂ ଆଇଜି ଅଫ୍ ପୋଲିସ୍ (କର୍ମଚାରୀ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଶ୍ରୀ ପାଣିଗ୍ରାହୀ ଜଣେ ସୃଜନଶୀଳ ଲେଖକ ଏବଂ ଗୀତିକାର ଥିଲେ, କ୍ଷୁଦ୍ର କାହାଣୀର ନଅଟି ସଂଗ୍ରହ ପ୍ରକାଶ ପାଇଛି , ତିନୋଟି ସଂଗ୍ରହରେ ପ୍ରକାଶିତ ସାତଟି ନୋଭେଲା ଲେଖିଛି ଏବଂ ଗୋଟିଏ ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି |ଏହା ବ୍ୟତୀତ ଦିଲ୍ଲୀର ପ୍ରତିଷ୍ଠିତ ଜାତୀୟ ପ୍ରକାଶନ ସଂସ୍ଥା ଲିଫି ପବ୍ଲିକେସନସ୍ ଦ୍ୱାରା “ଥିଙ୍ଗସ୍ ଲେଫ୍ଟ ଅନ୍ ସେଡ୍” ନାମକ ଶ୍ରୀ ପାଣିଗ୍ରାହୀଙ୍କ ମନୋନୀତ ଓଡ଼ିଆ କାହାଣୀର ଏକ ସଂଗ୍ରହ ପ୍ରକାଶିତ ମଧ୍ୟ ହୋଇଛି । ସେ ୨୦୦୨ ମସିହା ରେ କ୍ଷୁଦ୍ର କାହାଣୀ ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ଲାଭ କରିଥିଲେ |
ଆଜି ଓଡିଶା ତାର ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା,ତାଙ୍କ ଦେହାନ୍ତରେ ବନ୍ଧୁ ସହୋଦର,ଓ ଗୁଣମୁଗ୍ଧ ପାଠକଙ୍କ ମନରେ ଶକ୍ତ ଧକା ଲାଗିଛି | ଆମେ ବାସ୍ତବ ଟିଭି ପରିବାର ଶ୍ରୀ ପାଣିଗ୍ରାହୀଙ୍କ ଆମର ଆତ୍ମାର ସଦ୍ଗତି କାମନା କରୁଛୁ |