ବରୀ- ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ…

ବାସ୍ତବବ୍ୟୁରୋ:ବରୀ(ଦେବବ୍ରତ ପଣ୍ଡା) ଯାଜପୁର ଜିଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତ ଦେହ । ମୃତକ ଦୁଇ ଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର(୧୮) ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ (୨୩) ।

ଆଜି ଉଭୟ ଯୁବକ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ପ୍ରଥମେ ଖୋଜିଖୋଜି କରିବା ସହିତ ସ୍ଥାନୀୟ ଅଗ୍ନିଶମ ବାହନିକୁ ଖବର ଦେଇଥିଲେ । ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତ ଦେହକୁ ଉଦ୍ଦାର କରିଥିଲେ । ଅଗ୍ନିଶମ ବାହନି ଶବକୁ ଉଦ୍ଧାର କରି ବ୍ୟବଚ୍ଚେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତର ଖାନାକୁ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଚି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ସ୍ମୃତିସଭା...

Mon Jun 21 , 2021
ବାସ୍ତବ ବ୍ୟୁରୋ:(କେନ୍ଦ୍ରାପଡା) –ବିଶିଷ୍ଟ ଗାନ୍ଧୀବାଦୀ ନେତା, ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ( ୟୁଟିଆ ) ର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମ୍ମାଙ୍କ ଅଷ୍ଟାଦଶାହ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ୟୁଟିଆ ସଂଘ ତରଫରୁ ଏକ ଭରଚୁଆଲ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଘ ସଭାପତି କଣ୍ଡୁରି ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ରାଜ୍ୟର ସଂଘ ମହାସଚିବ […]

You May Like

Pin It on Pinterest