ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ…

ବାସ୍ତବବ୍ୟୁରୋ:ପୋଲସରା(ଅଭିମନୁମିଶ୍ର)ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗାଁ ନିକଟରେ , ଏକ ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗୋଟିଏ ବାଇକ୍ ରେ ୩ ଜଣ ଅଜଣା ଦୁର୍ବୃତ୍ତ ଆସି , ସାଇକେଲ ଦୋକାନୀ ସଂଜୟ କୁମାର ବିଷୋୟୀ ଙ୍କ ମାଡମାରି ନଗଦ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ ।

ଏହି ଘଟଣା ରେ ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତ ୩ ଲୁଟେରା ଙ୍କୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ୧୮ ହଜାର ଟଙ୍କା ଉଧାର କରିବା ସହ , ଲୁଟେରା ଙ୍କ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରି , ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Mon Jun 21 , 2021
ଆଜି ଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ସୋମବାର ୧୧ଟି ଜିଲ୍ଲାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨-୩ ଦିନ ରାଜ୍ୟରେ ବର୍ଷା ଅଧିକ ରହିପାରେ : ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହରର […]

You May Like

Pin It on Pinterest