ଜଗତପୁର ପୋଲିସ୍ ଜବତ କଲା ସାଢେ଼ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ…

ବାସ୍ତବ ବ୍ୟୁରୋ,କଟକ:(ଦୀପକ୍ କୁମାର) ଏକ ଟ୍ରକରେ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଗଞ୍ଜେଇ ଗାଡିକୁ ଜବତ କରିଛି ଜଗତପୁର ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହେବାରେ ସକ୍ଷମ ହୋଇଥିବାର ଜଣାପଡିଛି ।

ଉକ୍ତ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଜଗତପୁର ପୋଲିସ । ଏହି ଖବର ଆଧାରରେ ପୋଲିସ୍ ଉକ୍ତ ଟ୍ରକ୍ କୁ ଖୋଜିବାକୁ ଲାଗିଥିଲା । ସଂଯୋଗ ବଶତଃ ମହାନଦୀ ପୋଲ ଉପରେ ଉକ୍ତ ଟ୍ରକ୍ ଟି ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରେ ଏହି ଟ୍ରକ ଭିତରେ ଗଞ୍ଜେଇ ପ୍ୟାକେଟ ଥିବା ପୋଲିସ ଦେଖିଥିଲା। ଉକ୍ତ ଟ୍ରକରେ ଏକ ସିକ୍ରେଟ ଚାମ୍ବର ମଧ୍ୟରେ ଗଞ୍ଜେଇ ଥିଲା ଏବଂ ପୋଲିସ କଟର ସାହାଯ୍ୟରେ କାଟି ସେଥିରୁ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇ ର ହାରାହାରି ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରହ୍ମପୁର ଆର୍ ଡି ସି ଅଫିସ୍ ଆଗରେ ଘରୋଇ ବସ୍ କର୍ମଚାରୀଙ୍କ ଧାରଣା...

Mon Jun 21 , 2021
ବାସ୍ତବବ୍ୟୁରୋ:(ଗଞ୍ଜାମ)ମହାମାରୀ କରୋନା ପ୍ରଥମ ଲହର କଥା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିଲେ ାଯାହା ହେଉ ସରକାର ସାଧାରଣ ଜନତାଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନେଇଥିବା ଏଭଳି ପଦକ୍ଷପ କୁ ଅତି ପ୍ରସଂସା ଯୋଗ୍ୟ କୀନ୍ତୁ ଗତ ବର୍ଷ ଦିର୍ଘ ୭ ମାସ ଗଞ୍ଜାମ ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ କରାଯାଇଥିଲା ।ବର୍ତ୍ତମାନ କୋରନା ର ଦୁତୀୟ ଲହରୀ […]

You May Like

Pin It on Pinterest