ଗଂଜାମ ଜିଲ୍ଲା କୋଦଳା ଅଂଚଳରେ ବାର୍ଡଫ୍ଲୁ ଆଶଙ୍କା….

ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲା ର କୋଦଳା ନିକଟସ୍ଥ କିନାରୀ ରାସ୍ତା କଡରେ କିଛି କୁକୁଡା ପୋତା ହୋଇଥିବା ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁଯାଇ ଆଜି ଉକ୍ତ ଅଞ୍ଚଳର ଲୋକେ ଦୁର୍ଗନ୍ଧ ହେଉଥିବା ନେଇ କୋଦଳା ପୋଲିସକୁ ଜଣାଇଥିଲେ। ପ୍ରଥମେ କୌଣସି ଶବକୁ ନେଇ ଦୁର୍ଗନ୍ଧ ହେଉଥିବା ଅନୁମାନ କରାଯାଉଥିବା ବେଳେ ପରେ ପୋଲିସ ପହଞ୍ଚି ଏନେଇ ତନାଘନା କରିଥିଲେ। ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଅନୁସନ୍ଧାନ କରି ପୋଲିସ ପହଞ୍ଚି ଏହାର କାରଣ ଖୋଜିଥିଲା । ତେବେ ଉକ୍ତ ସ୍ଥାନରେ ବହୁ ପରିମାଣର କୁକୁଡା ପୋତା ଯାଇଥିବା ଦେଖିବାକୁ ମିଳିଥିଲା।

ପରେ କୋଦଳା ଏନଏସି ସଫେଇ କର୍ମଚାରୀଙ୍କ ସହଯୋଗରେ କିଛି ପୋତା କୁକୁଡା ଉଧ୍ଯାର କରାଯାଇଥିବା ବେଳେ ଏହାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି କହିଛି କୋଦଳା ପୋଲିସ। ଅପରପକ୍ଷେ କୁକୁଡା ପୋତା ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ର ଆତଙ୍କ ଦେଖା ଦେଇଛି। ତେବେ କିଏ ଏହି କୁକୁଡା ପୋତିଲା, ଏହି କୁକୁଡା ଗୁଡିକ କେଉଁ ଫାର୍ମର ଏବଂ କଣ ଏହାର କାରଣ ରହିଛି ସେ ନେଇ ଅନୁସନ୍ଧାନ କରୁଛି କୋଦଳା ଥାନା ପୋଲିସ୍ ା

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏହି ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି, ମନ୍ତ୍ରୀମଣ୍ଡଳରେ ସାମିଲହେବ ଜେଡିୟୁ...

Tue Jun 22 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ଏହି ସପ୍ତାହରେ । ଏଥର କ୍ୟାବିନେଟରେ ଜେଡିୟୁ କୋଟାରୁ ଜଣେ ମନ୍ତ୍ରୀ ଦେବାନେଇ ଆରମ୍ଭ ହୋଇଛି ପ୍ରଚେଷ୍ଠା । ଜେଡିୟୁ ସଭାପତି ଆରସିପି ସିଂ କହିଛନ୍ତି,ମଙ୍ଗଳବାର ଦିନ ଦିଲ୍ଲୀ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏହା ପରେ ନିଷ୍ପତି ନିଆଯିବ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ […]

You May Like

Pin It on Pinterest