
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ରାଜ୍ୟରେ ଭାରତୀୟ ଜନତାପାର୍ଟି ନିଜର ସ୍ତିତି ମଜଭୁତ କରିବାର ଚେଷ୍ଟା ଜାରି ରଖିଛି |ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପ୍ରତି ଜୋର ଦେଇଛି |ଏହି ପରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ, ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରତେକ ନିର୍ବାଚନ ମଣ୍ଡଳୀ ପାଇଁ ଆଇଟି ସେଲ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି |
ଖବର ଅନୁଯାଇ ରାଜ୍ୟ ଆଇଟି ସେଲ ମୁଖ୍ୟ ସୋୟମ ପ୍ରକାଶ ବରାଳ ଓ ଜିଲ୍ଲା ସଭାପତିଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଆଇଟି ସେଲ ସଭାପତି ମୁକ୍ତିକାନ୍ତ ସ୍ୱାଇଁ,ବିଭିନ୍ନ ନିର୍ବାରଚନମଣ୍ଡଳୀର ଆଇଟି ସେଲ ସଂଯୋଜକ ନିଯୁକ୍ତି ଦେଇଛନ୍ତି | ଯଥା ଆଳି ନିର୍ବାଚନ ମଣ୍ଡଳୀ ପାଇଁ ଜଗନ୍ନାଥ ସାମଲ,ରାଜନଗର ପାଇଁ ଦିନେଶ କୁମାର ଦାସ,ମହାକାଳପଡ଼ା ରଶ୍ମି ରଞ୍ଜନ ସାମଲ,ପାଟକୁରା ଅବିନାଶ ସ୍ୱାଇଁ ଓ କେନ୍ଦ୍ରାପଡା ପାଇଁ ଦୀପକ ମହାପାତ୍ର ଙ୍କୁ ଚୟନ କରିଛନ୍ତି |