ଜ୍ୟେଷ୍ଠ ପୂର୍ଣ୍ଣିମାରେ ପଦ୍ମବନ ପୀଠ ଭକ୍ତ ଶୂନ୍ୟ ଫିକା ପଡିଲା ଦେବସ୍ନାନ ଯାତ୍ରା…

ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ନେମାଳ ପଦ୍ମ ବନ ପୀଠ ରେ କୋଭିଡ଼ି ଯୋଗୁ ୧୪୪ ଧାରା ଲାଗିଥିବାରୁ ଫିକା ପଡିଲା ଦେବସ୍ନାନ ଯାତ୍ରା ପ୍ରତି ବର୍ଷ ଆଜିର ଦିନରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ କିନ୍ତୁ ଏଥର ବିନା ଭକ୍ତ ରେ କେବଳ ନୀତି କାନ୍ତି ରେ ପାଳନ ହେଉଛି ଯାତ୍ରା ନା ଅଛନ୍ତି ଭକ୍ତ ନା ଶୁଭୁଛି ଭଜନ କୀର୍ତନ ପୋଲିସ ଛାଉଣି ରେ ଭରପୁର ଏହି ପୀଠ.|

ଲକ୍ଷେ ୭୮ ହଜାର ଗ୍ରନ୍ଥର ସ୍ରଷ୍ଟା ଭାବେ ଦେବଂଶୀ ସନ୍ଥଶିରୋମଣି, ସିଦ୍ଧପୁରୁଷ ଶ୍ରୀଅଚ୍ୟୁତାନନ୍ଦ ମହାପୁରୁଷଙ୍କ ନାମ ସୁବିଦିତ । ଓଡ଼ିଆ ସାହିତ୍ୟ ଜଗତରେ ପଞ୍ଚସଖା ନାମରେ ଯେଉଁ ସାରସ୍ଵତ ସାଧକ ଓ ସ୍ରଷ୍ଟା ସୁଖ୍ୟାତ ତନ୍ମଧ୍ୟରେ ଅନ୍ୟତମ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ । ସେ ସାକ୍ଷାତ ଗୋଲକ ନାଥ ମହାବିଷ୍ଣୁ ଦେହୀ ଅଟନ୍ତି ! ପବିତ୍ର ନେମାଳ ବଟରେ ପ୍ରଭୁ ବିଦ୍ୟମାନ କରିଅଛନ୍ତି !

କଳିଯୁଗର କୁପ୍ରଭାବ ଓ ଦୁଃଖ ଯନ୍ତ୍ରଣା ଅନୀତି କାର୍ଯ୍ୟ ଆଦିରୁ ମୁକ୍ତି ପାଇବାର ପଥ ଦେଖାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ଏ ନିମନ୍ତେ ଉପଯୁକ୍ତ ତଥା ଶ୍ରେଷ୍ଠସ୍ଥାନ ଏହି ପଦ୍ମବନ ନେମାଳରେ ସ୍ବୟଂ ମହାଲକ୍ଷ୍ମୀ ବଟପାଦପର ଅଗ୍ରଭାଗରେ ବିଷ୍ଣୁ ବିରାଜିତ । ଅତଏବ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ବିଶ୍ରାମ ସ୍ଥଳୀ ହେତୁ ଏହା ଶ୍ରୀକ୍ଷେତ୍ର ତୁଲ୍ୟ ଏଥିପାଇଁ ପ୍ରବାଦଟିଏ ମଧ୍ୟ ରହିଛି:-
“ଯେଉଁ ଜଗନ୍ନାଥ ମୂରତି ନୀଳାଚଳରେ ସ୍ଥିତ,
ସେହି ଜଗନ୍ନାଥ ମୁରତି ପଦ୍ମବନେ ଅଚ୍ୟୁତ ।

ମହାପୁରୁଷ ଅଚ୍ୟୁତାନନ୍ଦ ବିରାଜମାନ କରିଥିବା ମଣିମଣ୍ଡପ ଶିଖରେ ପ୍ରତେହ ରାଧାକୃଷ୍ଣଙ୍କ ର ନିତ୍ୟରାସ ଚାଲୁଅଛି ଗୁପ୍ତ ଭାବରେ । ଚାରି ପାରୁଷରେ ଅଷ୍ଟସଖୀ ଦ୍ୱାଦଶ ବଟ ବିରାଜମାନ ଅଛନ୍ତିଏହି ପଦ୍ମବନରେ ଭକ୍ତ ନିଜର ଦୁଃଖଶୋକ, ରୋଗଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିର୍ମଳ ମନ ଓ ନିଷ୍ଠାର ସହିତ ଶରଣାପନ୍ନ ହେଲେ ସମସ୍ତ ପାପତାପ ଧୋଇଯାଏ, ଅଭିଳାଷ ପୂର୍ଣ୍ଣ ହେବା ସହିତ ଆତ୍ମା ମୁକ୍ତିଲାଭ ଏବଂ ଭଗବତପ୍ରାପ୍ତି ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛିlଅନ୍ତିମ ସମୟ ଉପସ୍ଥିତକୁ ହୃଦୟଙ୍ଗମ କରି, ମହାପ୍ରଭୁଙ୍କ ନିକଟରେ, ଶ୍ରୀଅଙ୍ଗରେ ବିଶ୍ରାମ ନେବାର ଅନ୍ତିମ ଅଭିଳାଷ ପ୍ରକାଶ କରିଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ ।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଠୁ ଧ୍ୟାନରତ ହୋଇ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ନିର୍ବିକଳ୍ପ ପୂର୍ଣ୍ଣବ୍ରହ୍ମ ଶୂନ୍ୟ ସମାଧି ଯୋଗରେ ଯୋଗାରୁଢ଼ ହୋଇଥିଲେ ମହାପୁରୁଷ ନିଜର ପଞ୍ଚମନକୁ ସେଇ ପରଂବ୍ରହ୍ମଙ୍କ ଅଙ୍ଗରେ ସମର୍ପଣ କରାଇଥିଲେ ।ସେ ପବିତ୍ର ସ୍ନାନପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଉଭା ହୋଇଥିଲେ ପଦ୍ମବନ ପୀଠ ଅନନ୍ତ ବଟ ମୂଳରେ । ସେ ପବିତ୍ର ପୀଠରେ ଇନ୍ଦ୍ରଦେବ ସୃଷ୍ଟି କରୁଥିଲେ ଘଡ଼ଘଡ଼ିର ପ୍ରଚଣ୍ଡ ନାଦ, ଜାଳୁଥିଲେ ବିଜୁଳିର ଅପୂର୍ବ ରୋଷଣି, ବିଞ୍ଚୁଥିଲେ ପବନର ଆଲଟ ଚାମର, ସିଞ୍ଚୁଥିଲେ ବର୍ଷାରାଶିର ପୁଷ୍ପ, ସାଦରରେ ଗ୍ରହଣ କରିଥିଲେ ଅମୃତମଣୋହି (କୋଠଭୋଗ) ମହାପ୍ରଭୁ ।

ସେପରି ଏକ ପବିତ୍ର ଓ ମାହାର୍ଘ ମୁହୂର୍ତ୍ତରେ ମ‌ହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲୀନ ହୋଇଥିଲେ ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦ ! ସେହିଦିନ ଠାରୁ ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରୁ ଆସି ସୂକ୍ଷ୍ମ ଭାବେ ଆବିର୍ଭୁତ ହୁଅନ୍ତି ନେମାଳ ପୀଠରେ ମହାପ୍ରଭୁ, ଭାବାବେଗରେ ମଣ୍ଡିତ କରାନ୍ତି ଭକ୍ତଜନଙ୍କୁ ମାଳିକା ରେ ଲିପିବଦ୍ଧ ଅଛି ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡି ନେମାଳ ପଦ୍ମ ବନ ପୀଠ ରେ ବିଜେ କରିଥାନ୍ତି.|

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା...

Thu Jun 24 , 2021
ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା,ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ […]

You May Like

Pin It on Pinterest