
ବାସ୍ତବବ୍ୟୁରୋ:(ଦେବକାନ୍ତ ,ଚାନ୍ଦବାଲି) ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ର ଆରାଧ୍ଯ ଦେବତା ବାବା ମହିମା ମଣି ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି,ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସକାଳୁ ସକାଳୁ ମହାପ୍ରଭୁଙ୍କ ଙ୍କ ନୀତି କାନ୍ତି ସମାପନ ପରେ ରତ୍ନସିଂହାସନ ରୁ ବାବା ଙ୍କୁ ବଡ ପଟୁ ଆର ରେ. ସ୍ନାନ ମଣ୍ଡପ କୁ ଅଣାଯାଇଥିଲା ସଙ୍ଖ ଘଣ୍ଟ ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠି ଥିଲା ସମଗ୍ର ଅଞ୍ଚଳ । ୧୦୮ ପଇଡ ପାଣି ରେ ମହାପ୍ରଭୁ ଙ୍କୁ ସ୍ନାନ କରାଯିବା ସହ ଭୋଗ ଅର୍ପଣ କରା ଯାଇ ଥିଲା,କୋଭିଡ ନିୟମ ଅନୁସାରେ ସମସ୍ତ କର୍ମ ସମ୍ପୂର୍ଣ୍ଣ କରାଯଇ ଥିଲା।ଏଥିରେ କେବଳ ସେବାୟତ ମାନେ ଉପସ୍ଥିତ ଥିଲେ ।