
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ଅଗ୍ରଣୀ ସାହିତ୍ୟାନୁଷ୍ଠାନ କୋରୋ ସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଭରଚୁଆଲ କବିତା ପାଠୋତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମହାକାଳପଡ଼ା ବିକାଶ ମଞ୍ଚର ପ୍ରତିଷ୍ଠାତା ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି ପ୍ରକୃତି ବନ୍ଧୁ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଓଡିଶା ବିଧାନସଭାର ସଚିବ ତଥା ବିଶିଷ୍ଟ ପ୍ରାବନ୍ଧିକ ଦାଶରଥି ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ କଣ୍ଡୁରି ଚରଣ ସ୍ଵାଇଁ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ସଞ୍ଜୟ କୁମାର ରଥ , ସୁନାମଧନ୍ୟ କବି ପ୍ରାଧ୍ୟାପକ ଡଃ ଶ୍ରୀଧର ସାମଲ , ଶିଶୁ ସାହିତ୍ୟିକ ଭକ୍ତଚରଣ ସାହୁ , କବି ଅଧ୍ୟାପକ ବୃନ୍ଦାବନ ଦାସ , ସମାଜସେବୀ ନଳିନୀ କାନ୍ତ ପୃଷ୍ଟି , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କବି ଶୁଭାଂଶୁ କୁମାର ଦାସ , ଗୀତିକାର ତଥା ଅଭିନେତ୍ରୀ ଚିତ୍ରାରାଣୀ ପାତ୍ର , ଅଧ୍ୟାପକ ନିଧି ସାହୁ ଓ କବି ପ୍ରେମାନନ୍ଦ ଜେନା ପ୍ରମୂଖ ଯୋଗଦେଇ ରାଜଶ୍ରୀର ସାହିତ୍ୟ ବଳୟ ଉପରେ ଆଲୋକ ପାତ କରିଥିଲେ । ସଭାର ପ୍ରାରମ୍ଭରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ , ସହ ସମ୍ପାଦିକା ସୁପ୍ରିୟା ସାହୁ ପ୍ରାରମ୍ଭିକ ସଂଗୀତ ଜଗନ୍ନାଥ ଜଣାଣ ଓ କବି ମଞ୍ଜୁଶ୍ରୀ ବରାଳ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
“ମୋ ଦୃଷ୍ଟିରେ ରାଜଶ୍ରୀ ” ପ୍ରସଙ୍ଗ ଉପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଯୋଗଦେଇଥିବା କବି ସର୍ବଶ୍ରୀ ବେଣୁଧର ସୂତାର , ପ୍ରେମଲତା ଗିରି , ସସ୍ମିତା ପଣ୍ଡା , ପଣ୍ଡିତ ପ୍ରମୋଦ ତ୍ରିପାଠୀ , ବ୍ୟଙ୍ଗକବି ଅପର୍ତ୍ତିଚରଣ , କଥାକାର ଅଭିରାମ ମଣ୍ଡଳ , ମନୋଜ କୁମାର ଦାସ, ଅକ୍ଷୟ କୁମାର ତରାଇ, ଅଶୋକ କୁମାର ଦାଶ , ସୁଜିତ କୁମାର ପଣ୍ଡା ,ଆରାଧନା ଦାଶ , ବୀଣାପାଣି ଚୌଧୁରୀ , ବନଲକ୍ଷ୍ମୀ ମହାନ୍ତି , ଗୀତାଞ୍ଜଳି ସାହୁ , ଅନସୂୟା ମଲ୍ଲିକ , ରଞ୍ଜିତା କୁମାରୀ ପତି , ମୋନାଲିସା ସିଂହ , ରଞ୍ଜନ କୁମାର ମହାନ୍ତି , ନିର୍ମଳ କୁମାର ନାୟକ , ଦିବ୍ୟାଂଶୀ ମହାନ୍ତି , ନିରୂପମା ପାଣି , ପ୍ରିୟବ୍ରତ ଦାଶ ହେମନ୍ତ କୁମାର ମଲ୍ଲିକ ଓ ବ୍ରଜସୁନ୍ଦର ସାହୁ ଆଦି ଆଲୋଚନାରେ ଅଂଶ ଗ୍ରହଣ କରି ସ୍ଵରଚିତ କବିତା ପାଠ କରିଥିଲେ ।
ଇତ୍ୟବସରରେ ଉତ୍କଳ ପ୍ରଭା ୟୁଟିୟୁବ ଚାନେଲ ସୌଜନ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥି ଓ ସଭାପତି ରାଉତରାୟ ଗତ ରଜମହୋତ୍ସବର କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୈଷୟିକ ସହାୟତାରେ ପ୍ରିୟବ୍ରତ ଦାଶ , ସୁପ୍ରିୟା ସାହୁ ଓ ଶୀତିକଣ୍ଠ ତ୍ରିପାଠୀ ସହଯୋଗ କରିଥିଲେ ।