
ବାସ୍ତବବ୍ୟୁରୋ:ଭଦ୍ରକ– ଡାକ୍ତର ହେଉଛନ୍ତି ଦ୍ୱିତୀୟ ଇଶ୍ଵର ଯେତେବେଳେ ଆମର ସବୁଠାରୁ ଭରସା ତୁଟିଯାଏ ଜୀବନ ଆଉ ମୃତ୍ୟୁର ଦୋଛକିରେ ଠିଆହୋଇ କେବଳ ଦୁଇ ଜଣଙ୍କ ଉପରେ ଆସ୍ଥା ଥାଏ |ଜଣେ ଅଦୂର୍ଷ୍ୟ ଈଶ୍ଵର ଆଉଜଣେ ସାକ୍ଷାତ,ଏ ଦେହ ତାଙ୍କରି ହାତରେ ଟେକିଦେଇ ହୁଅ, ସେ ଆଉକେଇ ନୁହେଁ ଡାକ୍ତର |ପିତା କସା ଯାହା ଦିଅନ୍ତି ଆଖି ବୁଝି ଖାଇଦେଉ,କାରଣ ବଂଚିବା ଆଉ ବଂଚାଇବାର ମୋହ ସବୁ କଥା ମାନିନେବାକୁ ବାଧ୍ୟ ହେଉ | ଏହି କରୋନା ମହାମାରୀ ଅନେକ ଡାକ୍ତରଙ୍କ ଜୀବନ ନେଇଛି ସତ କିନ୍ତୁ ଆଜିବି ଡାକ୍ତରଙ୍କର ସେବାପାଇଁ କୋରୋନା କବଳରୁ ଅନେକ ଜୀବନ ବଞ୍ଚିଯାଇଛି…
.ଆଜି ଏକ ସ୍ମରଣୀୟ ଓ ପୁଣ୍ୟ ତିଥିରେ ଭଦ୍ରକର ଅଗ୍ରଣୀ ସଂଗଠନ ଉତ୍କଳମଣି ଫାଉଂଡେସନ ଟ୍ରଷ୍ଟ ତରଫରୁ ଭଦ୍ରକର ବରିଷ୍ଠ ଶିଶୁ ଡାକ୍ତର ତଥା ପୂର୍ବତନ ଚିକିତ୍ସାଧିକାରୀ ଭଦ୍ରକ ଡାକ୍ତର ଅଧର ନାୟକ ଓ ବରିଷ୍ଠ ଭେଷଜ ବିଶେଷଜ୍ଞ ଝସକେତନ ମିହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ବର୍ତ୍ତମାନ ସମୟରେ ଡାକ୍ତରଙ୍କ କାର୍ଯ୍ୟ ଅତ୍ୟନ୍ତ ମହନୀୟ ବୋଲି କହିଥିଲେ ଉତ୍କଳମଣି ଫାଉଂଡେସନ କର୍ମକର୍ତ୍ତା ମାନେ |