୧-କିଟ୍ ବିଶ୍ୱବିଦ୍ୟାଳୟ: ଆଜି ପୂର୍ବାହ୍ନରେ ଯାନ୍ତ୍ରିକ ବିଦ୍ୟାଳୟରେ ଉଦ୍ଘାଟିତ ହେବ ICAMPD -2019। ମେକାନିକାଲ ପ୍ରୋସେସିଂ ଓ ଡିଜାଇନ୍ ବିଷୟରେ ହେବ ଅନ୍ତର୍ଜାତୀୟ ସମ୍ମୀଳନୀ।
୨-ଆଜି ବିଜେପୁର ମଇଦାନରେ ନବୀନଙ୍କୁ ଟକ୍କର ଦେବେ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
୩-ଦଶ ତାରିଖରେ ବଡ଼ଓଷା,ପ୍ରଭୁ ଧବଳେଶ୍ଵରଙ୍କ ପଞ୍ଚକ ଯାତ୍ରା ପାଇଁ ପ୍ରସ୍ତୁତି,୨୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ,ଡଙ୍ଗା ଭଡ଼ା ରହିବ ୨୦ ଟଙ୍କା।
୪-କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ।
୫-ପାଣିପାଗ:କାଁ ଭାଁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା।
୬-ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ୨୦୧୯ ବର୍ଷ ପାଇଁ ‘ଇଣ୍ଡିଆ ଇନୋଭେସନ୍’ ସୂଚକାଙ୍କ ପ୍ରକାଶ ।ଅସ୍ଥିରତା ଭିତରେ କର୍ଣ୍ଣାଟକ ଶ୍ରେଷ୍ଠ, ଦ୍ୱାଦଶ ସ୍ଥାନରେ ଓଡ଼ିଶା।
୭-ନୂଆଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ଯୋଜନା: ନ ମାନିଲେ ୪ ହଜାର ଜୋରିମାନା, ସପ୍ତାହରେ ୬ ଦିନ ଲାଗୁ, ଦୁଇ ଚକିଆ ଯାନ ଓ ମହିଳାଙ୍କ ସମେତ ଏମାନଙ୍କୁ ରିହାତି।
୮-ଜିଓର ଟ୍ରାଇରେ ଅଭିଯୋଗ: ଏୟାରଟେଲ, ଭୋଡାଫୋନ ବେଆଇନ ଭାବରେ ଲ୍ୟାଣ୍ଡଲାଇନ ଫୋନକୁ ମୋବାଇଲ ଦର୍ଶାଇ ଆଇୟୁସି ନେଉଛନ୍ତି।
୯-ଫୁଲବାଣୀ ସର୍କିଟ ହାଉସ୍ ରେ କନ୍ଧମାଳ ବିଧାୟକ, ସମିତି ସଭ୍ୟ ଓ ଚେୟାରମ୍ୟାନଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବୈଠକ।ଜିଲ୍ଲାର ବିିଭିନ୍ନ ସମସ୍ୟା, ସୁବିଧା ଅସୁବିଧା ସଂପର୍କରେ ହେଲେ ଅବଗତ।
୧୦-ଯାଜପୁର:ପିଇଓଙ୍କ ଆତ୍ମହତ୍ୟାକୁ ନେଇ ସସ୍ପେନ୍ସ : ସ୍ୱାମୀ କହିଲେ ମୃତ୍ୟୁ ପଛରେ ଷଡଯନ୍ତ୍ର,ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସହ ୫ ଅଟକ, ପୁଲିସ ସ୍କାନରରେ ଗେଷ୍ଟହାଉସ।



