ଓଲା ଉବେର ର ଚଢା ଭଡା ର ସମୀକ୍ଷା କରିବେ ସରକାର

ବାସ୍ତବ ବ୍ୟୁରୋ: ଓଲା ଓ ଉବେର ଭଳି ଟ୍ୟାକ୍ସି କମ୍ପାନୀ ଲୋକଙ୍କ ଚାହିଦା ହିସାବରେ ମୂଲ୍ୟ ବୃଦ୍ଧି କରୁଛନ୍ତି | ଯାହାକୁ ନେଇ ବିରୋଧ ପ୍ରକାଶ ପାଇବା ପରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ବିଚାର କରାଯାଉଛି | ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଥିବା ନେଇ ଗତ ମାସ ସ୍ବଦେଶୀ ଜାଗରଣ ମଞ୍ଚ ଆପତ୍ତି ଉଠାଇଥିଲା | ମଞ୍ଚ ପକ୍ଷରୁ କୁହାଯାଇଥିଲା ମନ ଇଚ୍ଛା ଏହି ଭଡା ବୃଦ୍ଧି ବାବଦରେ ସଡକ ଓ ପରିବହନ ମନ୍ତ୍ରାଳୟ ପଦକ୍ଷେପ ନେବା ଆବଶ୍ୟକ |

ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଥିଲା ଯେ ଓଲା ଓ ଉବେର ସୁବିଧାଜନକ ଟ୍ୟାକ୍ସି ସେବା ଯୋଗାଇଦେବାକୁ ୨୦୧୪-୧୫ ମସିହାରେ ସେବା ଆରମ୍ଭ କରିଥିଲେ | କିନ୍ତୁ ଏବେ ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ଟଙ୍କା ଆଦାୟ କରିବାକୁ ଯୋଜନା କରୁଛନ୍ତି | ଏଠାରେ ଆମେ ଜଣାଇଦେବାକୁ ଚାହୁଁଛୁ ଯେ ସେମାନଙ୍କ ଲୋକପ୍ରିୟତା ମଳିନ ପଡ଼ିବାରେ ଲାଗିଛି। ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଗମନାଗମନ ସୁବିଧା ପ୍ରଦାନ କରୁଥିବା ଓଲା ଓ ଉବର୍‌ ଭଳି ସଂସ୍ଥା ନିଜର ଆକର୍ଷଣ ହରାଇଲେଣି। ପୂର୍ବରୁ ଯେଉଁ ହାରରେ ଏହି ସେବା ହାସଲ କରିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହୁଥିଲା, ଏବେ ତାହା ବହୁତ କମିଗଲାଣି । ମୋବାଇଲ୍ ଆପ୍ ଭିତ୍ତିକ ଗମନାଗମନ ସେବାରେ ୨୦୧୬ରେ ୯୦% ବୃଦ୍ଧି ହୋଇଥିବା ବେଳେ ୨୦୧୭ରେ ସେହି ହାର ୫୭%କୁ ଖସିଯାଇଥିଲା ଏବଂ ୨୦୧୮ରେ ତାହା ୨୦% ସ୍ତରକୁ ଖସିଗଲା। ୨୦୧୯ର ପ୍ରଥମ ଛଅ ମାସରେ ଅଭିବୃଦ୍ଧି ହାର ମାତ୍ର ୪% ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Oct 20 , 2019
୧-ଭୁବନେଶ୍ୱରକୁ ମାଡ଼ି ଆସୁଛି ଜଳ ସଂକଟ। ଭୂତଳ ଜଳସ୍ତର ୪ ମିଟର ଖସିଲା। ୨-ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼। ୩-ଭୁବନେଶ୍ୱର:ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା। ୪-‘ମୋ ସରକାର’ ସତ୍ତ୍ୱେ ଏସ୍‌ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା! ୫-ଥମିଲା ପ୍ରଚାର, ବିଜେପୁର ଛାଡ଼ିବାକୁ ବାହାର ନେତାଙ୍କୁ ସିଇଓଙ୍କ ନିର୍ଦ୍ଦେଶ, ୨୧ରେ ମତଦାନ। ୬-ଫେସ୍‌ବୁକ୍‌ରେ […]

You May Like

Pin It on Pinterest