ବିନା ଭକ୍ତରେ ବ୍ରହ୍ମକ୍ଷେତ୍ର ପୀଠରେ ପାଳନ ହେଲା ଘୋଷଯାତ୍ରା…

ଅଭୟ ସାହୁ(ସାଲେପୁର)ବରଷକେ ଥରେ ରତ୍ନ ମଣ୍ଡପ ରୁ ଓଲ୍ହାଇ ଆସନ୍ତି ଜନ୍ମ ବେଦୀ କୁ ଭକ୍ତ ମାନେ ଚାହିଁ ବସିଥାନ୍ତି ଏହିଦିନ କୁ ଏହି ଦିନ ଧାଡ଼ି ପହଣ୍ଡି ହୋଇ ତିନି ଠାକୁର ରଥାରୂଢ ହୋଇଥାନ୍ତି ଏହି ଦିନ ଭକ୍ତ ଆଉ ଭଗବାନ ଙ୍କର ଅପୂର୍ବ ମିଳନ ହୋଇଥାଏ ସବୁ ବର୍ଗ ର ଲୋକଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା ହୋଇଥାଏ ରଥ ଦଉଡୀ ଧରି ଭକ୍ତ ମାନେ ଟାଣି ନେଇଥାନ୍ତି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ. ହେଲେ ଦୁଃଖର କଥା କୋଭିଡି କଟକଣା ଯୋଗୁ ଏବର୍ଷ ପୁରୀ ଛଡା ଆଉ କେଉଁଠି ବି ହୋଇନାହିଁ ରଥଯାତ୍ରା l

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଜିଗିନିପୁର ଠାରେ ଥିବା ବ୍ରହ୍ମକ୍ଷେତ୍ର ପୀଠ ରେ ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କର ପ୍ରତିବର୍ଷ ରଥଯାତ୍ରା କରାଯାଏ ଏହି ପୀଠରେ ଏକ ବଡ଼ ରଥ କରାଯାଏ ଯାହାକି ଓଡିଶା ରେ କେଉଁଠି ବି ଏମିତି ରଥ ହୋଇନଥାଏ. ଏଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ଓ ତିନି ଠାକୁର ଙ୍କୁ ଏହି ଗୋଟିଏ ରଥରେ ଟଣା ଯାଇଥାଏ lତିନି ରଥ ଦଉଡି ମଧ୍ୟରୁ ଦେବୀ ସୁଭଦ୍ରାଙ୍କ, ଦଉଡି କୁ ମହିଳା ମାନେ ଟାଣି ବାର ସୁଯୋଗ ପାଇଥାନ୍ତି ହେଲେ ଦୁଃଖର କଥା ଏ ବର୍ଷ କୋଭିଡି ଯୋଗୁ ପ୍ରଶାସନ ର ନିୟମ ମାନି ବିନା ଭକ୍ତ ରେ କେବଳ ଠାକୁର ଙ୍କ ସେବାୟତ ଓ ନାଜିମତ ପଣ୍ଡା ମାନଙ୍କୁ ନେଇ ଠାକୁର ଙ୍କ ର ସମସ୍ତ ନୀତିକାନ୍ତି କରାଯାଇଛି l

ବଡ଼ ଦେଉଳ ର ରତ୍ନ ସିଂହାସନ ରୁ ତିନି ଠାକୁର ଙ୍କୁ ବାଟ ଦେଉଳ ପର୍ଯ୍ୟନ୍ତ ପହଣ୍ଡି କରାଯାଇଥିଲା ପରେ ମହାପ୍ରଭୁ ଙ୍କ ପାଖରେ ରହି ପୂଜା ପାଉଥିବା ତିନି ଛୋଟ ମୂର୍ତ୍ତି କୁ ପହଣ୍ଡି କରି ପରମ୍ପରା ରକ୍ଷା କରିବା ପାଇଁ ମାଉସୀ ମା ମନ୍ଦିର କୁ ନିୟା ଯାଇଥିଲା ଏତେ ବଡ଼ ଯାତ୍ରା କୁ ଭକ୍ତ ମାନେ ନଦେଖି ପାରିବାରୁ ତାଙ୍କ ମନରେ କଷ୍ଟ ଅନୁଭବ ହେଉଥିବା ର ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ମନ୍ଦିର ର ଟ୍ରଷ୍ଟି ଧୀରେନ୍ଦ୍ର ନାଥ ବେହେରା, ରାଜେନ୍ଦ୍ର ମୋହନ କର, ଅଜୟ କୁମାର ନନ୍ଦ, ଜ୍ୟୋତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରଭୁଙ୍କ ନୀତିକାନ୍ତି ସମାପନ ରେ ସହଯୋଗ କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୌରପାଳିକା ବୋଟିଂ କ୍ଲବ ଏବେ ଦଳ ଗଡ଼ିଆ, ସାତ ଲକ୍ଷର କାମ ସାତମାସା ଗଲାନାହିଁ...

Wed Jul 14 , 2021
ଭଦ୍ରକ(ଶୁଭ୍ରକାନ୍ତ ରାଉତରାୟ)ରାଜ୍ୟ ହେଉ କିମ୍ବା କେନ୍ଦ୍ର,ସରକାରଙ୍କ ପ୍ରଦତ୍ତ ଅନୁଦାନର ସଠିକ ବିନିଯୋଗ ହେଉନାହିଁ । ଆସୁଥିବା ଅନୁଦାନକୁ ଯେକୌଣସି ବାଟରେ ଖର୍ଚ୍ଚ କରି ବିଲ୍ ଉଠାଇ ଦେଲେ କଥା ସରିଲା । କରୋନା କାଳରେ ପୌରାଞ୍ଚଳ ପାଇଁ ‘ଉଇ’ ଯୋଜନାରେ ଆସିଥିବା ବିପୁଳ ପରିମାଣର ଅର୍ଥରାଶୀର ବାସ୍ତବ ବିନିଯୋଗ ହୋଇ ନାହିଁ । କେତେକ ସ୍ଥାନୀୟ ରାଜନୈତିକ ନେତାଙ୍କ ସଲାସୁତୁରାରେ ପୌର କର୍ତ୍ତୃପକ୍ଷଙ୍କ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆସିଥିବା ଅର୍ଥରାଶୀର […]

You May Like

Pin It on Pinterest