
ନବୀନ ସାହୁ:(ଜଳେଶ୍ୱର)ସଂପର୍କରେ ଦୂରତା ଆଣିଛି କୋରନା, କୋଉଠି ପରିବାରର ସବୁଛି ଲୁଟି ନେଇଛିତ କୋଉଠି ଲୁହାଗାଡ଼ାଇବାକୁ ଛାଡି ଯାଇଛି ଶେଷ ସନ୍ତକ ।ମହାମାରୀ କୋରନା ପାଇଁ ,କେତେ ବାପା ମା ସର୍ବହରା ହେଇଛନ୍ତି ଆଉ କେତେ ପିଲା ଅନାଥ ହେଇଛନ୍ତି ତାହାର ହିସାବ ନାହିଁ ।ଏମିତି ଏକ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଛି ।ଏହା ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ର ନୟାବାଲି ଗାଁ ର ଘଟଣା ।
ଝିଅ ଟିର ନାଁ ଜ୍ୟୋତିଶ୍ରୀ ଜନ୍ମ ହେବା ଆଗରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଥିଲେ ବାପା, ବାପା ଛେଉଣ୍ଡ ଝିଅଟି ମା କୋଳରେ ବାପା ମା ସ୍ନେହ ଶ୍ରଦ୍ଧା ପାଇଁ ବଡି ଆସିଥିଲା।ଭାଗ୍ୟର ଏମିତି ହାତ ଲେଖା ଥିଲା ଯେ ମହାମାରୀ କୋରନାରେ ଝିଅ ଠୁ ଅଲଗା କରିଦେଲା ମା କୁ।ଏବେ ୧୨ ବର୍ଷର ଝିଅ ଜ୍ୟୋତିଶ୍ରୀ ଜୀବନ ଜିଇଁବା ପାଇଁ ଖୋଜୁଛି ସାହାରା,ନା କେହି ଆଃହା ପଦେ କହିବାକୁ ଅଛି ନା କେହି ସାହା ହେବାକୁ ଅଛି । ମା ଫଟୋ କୁ ଧରି ସବୁବେଳେ ଲୁହର ଝରାଉଛି ଜ୍ୟୋତି। ଏବେ ଝିଅର ବୁଝାସୁଝା କରୁଛି ୭୦ ବର୍ଷର ବୃଦ୍ଧା ଆଇ।କେମିତି ପାଠ ପଢିବ କେମିତି ନିଜର ଭବିଷ୍ୟତ ଗଡିବ ତାକୁ ନେଇ ଚିନ୍ତାରେ ବୃଦ୍ଧା ଆଇ । କିନ୍ତୁ ଝିଅ ଜ୍ଯୋତି ମୋ ମା ମୋତେ ଶିକ୍ଷୟତ୍ରୀ କରିବ ବୋଲି କହିଥିଲା କିନ୍ତୁ ମୋ ମା ଆଉ ଫେରିବନି ମୁଁ କେମିତି ବଚିବ କୁନି ଝିଅ ଜ୍ଯୋତି
ରେବତୀ ଜଣେ ଅଙ୍ଗନବାଡ଼ି ସହାୟିକା ନୟାବାଲି ଅଙ୍ଗନବାଡି କେନ୍ଦ୍ର ୨ ରେ କାର୍ଯ୍ୟରତ ଥିଲେ ମହାମାରୀ କୋରନାରେ ନିଜର କର୍ତ୍ତବ୍ୟରେ ହେଳା ନ କରି ସରକାରଙ୍କ ସମସ୍ତ ଦାଇତ୍ୱ ଲିଭାଉ ଥିଲେ ।ହେଲେ ଶେଷରେ ନିଜେ ଲିଭିଗଲେ ,୧୨ବର୍ଷ ପୂର୍ବରୁ ସ୍ୱାମୀ ତାଙ୍କୁ ଚାଲି ଯାଇଥିଲେ ଆଉ ପେଟରେ ଥିବା ପିଲାକୁ ଧରି କଷ୍ଟେ ମଷ୍ଟେ ଚଳିଆସୁଥିଲେ ।ପରିବାର ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଇଁ ଭାରୀ ପଡୁଥିଲା । ୨୦୧୮ ମସିହାରେ ଅଙ୍ଗନବାଡ଼ି ନାୟବାଲି ୨ ରେ ଚାକିରି ଟିଏ କରିଥିଲେ ।ଏବେ ପିଲାର ଭବିଷ୍ୟତ ପାଇଁ ସ୍ଥାନୀୟ ଲୋକେ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। ଏବଂ ରେବତୀ ର ଶୁନ୍ଧି କ୍ରିୟା ପାଇଁ ସ୍ଥାନୀୟ ପ୍ରଶାସନ ଯୋଗାଇ ଦେବା ସହ ଜ୍ଯୋତି ଙ୍କୁ ତାର ପାଠ ପଢାଇବା ବିଷୟରେ ଅନୁରୁଧ କରିଛନ୍ତି ଗ୍ରାମବାସୀ ।