
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ୧୪//୦୭//୨୦୨୧–ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ଫଚାୟତର ଜାଗୁଳା ଗାଁରେ ବଧୁ ହତ୍ୟା ଅଭିଯୋଗ ହୋଇଛି । ଧମରା ଫଚାୟତର କରବିର ମାଝୀ ଙ୍କ ନାବାଳିକା କନ୍ୟାସୀମା ମାଝୀ (୧୬) ଜାଗୁଳା ଫଚାୟତର ଅଜୟ ଲେଙ୍କା ଙ୍କ ପୁଅ ଦୁନିଆ ଲେଙ୍କା ଙ୍କୁ ଭଲ ପାଇ ବିବାହ କରିଥିଲେ, ୫ ମାସ ପୁର୍ବରୁ ସୀମାକୁ ଦୁନିଆ ଲେଙ୍କା ଅପହରଣ କରି ନେଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା । ପରେ ଆପୋସ ସମାଧାନ ପରେ ସୀମା ମାଝୀ ଙ୍କୁ ଦୁନିଆ ଲେଙ୍କା ବିବାହ କରିଥିଲେ l
ସିମା ଜଣେ ଦଳିତ ପରିବାରର ଝିଅ ହୋଇଥିବାରୁ ତାଙ୍କୁ ବିବାହ ପରେ ଶାଶୁଘର ଲୋକ ମାନଷିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ, ଆଜି ରାତି ପ୍ରାୟ ଆଠଟା ସମୟରେ ଜୀବନରୁ ମାରି ଫ୍ୟାନରେ ଟାଙ୍ଗି ଦେଇଛନ୍ତି ବୋଲି ମେରାଇନ ଥାନାରେ ଅଭିଯୋଗ କାରିଛନ୍ତି ଝିଅର ବାପଘର ଲୋକ l ଝିଅ ଘର ଲୋକଙ୍କୁ ଠାରୁ ଅଭିଯୋଗ ପାଇ ମେରାଇନ ପୋଲିସ ପହଁଚି ଶବକୁ ଜବଦ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି l