
ମନୋଜ ମହାନ୍ତି(ଭୁବନେଶ୍ବର) ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ, ଖଣ୍ଡିଗିରି ଅଂଚଳରେ ଥିବା ସତ୍ୟ ସାଇ ଏନ୍କ୍ଲେଭକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାକୁ ଲକ୍ଷ୍ୟକରି ଏଭଳି ନିଷ୍ପତି ନେଇଛି BMC ।
ବିଏମ୍ସି ପକ୍ଷରୁ କୁହାଯାଇଛିକି, ସେଠାରେ ରହୁଥିବା ଅଧିବାସୀଙ୍କ ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅର୍ଥାତ ସେଠାରୁ ବାହାରକୁ କେହି ଆସିପାରିବେ ନାହିଁ କିମ୍ବା ବାହାରୁ କୌଣସି ବ୍ୟକ୍ତି ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହା ସହିତ ସତ୍ୟ ସାଇ ଏନ୍କ୍ଲେଭରେ ରହୁଥିବା ସମସ୍ତ ଅଧିବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଡାକ୍ତରୀ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ସଂପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଅଫିସ ମଧ୍ୟ ବନ୍ଦ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।
