ଭଦ୍ରକ ପୋଲିସ୍ ର ବଡ ସଫଳତା,ଏକ କେଜି ୯୦ଗ୍ରାମର ଧଳାଜହର ଜବତ ଚାରି ଗିରଫ….

ବବିତା ସାମଲ (ଭଦ୍ରକ)ଭଦ୍ରକରେ ଧଳା ଜହର କାରବାର ଥମିବାରେ ନାମ ଧରୁନି,କିଛି ଦିନ ପୂର୍ବରୁ ଗ୍ରାମାଞ୍ଚଳ ପୋଲିସ ୫୧୦ଗ୍ରାମର ଧଳା ଜହର ଜବତ କରିଥିବା ବେଳେ ଗତକାଲି ପୁଣି ଏକ କେଜି ୯୦ ଗ୍ରାମର ଧଳା ଜହର ଜବତ କରିଛି ଗ୍ରାମାଞ୍ଚଳ ପୋଲିସ |

ସୂଚନା ମୁତାବକ ଗତକାଲି ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଭଦ୍ରକ ଗ୍ରାମଂଚଳ ପୋଲିସ ତରଫରୁ ଏମଭି ଚେକିଂ ବେଳେ ଚରମ୍ପା ଧାମରା ରେଲୱେ ବ୍ରିଜ ନିକଟରୁ ଏକ ସନ୍ଦେହ ଜନକ ଭାବେ ଆସୁଥିବା ଏକ ଓଟୋକୁ ଅଟକାଇଥିଲେ ଭଦ୍ରକ ପୋଲିସ,ସେଥିରୁ ଏକ କେଜି 90 ଗ୍ରାମର ବ୍ରାଉନ ସୁଗାର ସହିତ ନଗଦ ଏକ ଲକ୍ଷ ଟଙ୍କା ସହ 4 ଜଣକୁ ଗିରଫ କରାଯିବା ସହିତ ଓଟୋକୁ ମଧ୍ୟ ଜବତ କରାଯାଇଥିଲା |ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ସିଙ୍ଗଲା ର ସେକ ଅବଦୁଲ ହମିଦ,ଉଦୟପୁର ଖଇରା ବାଲେଶ୍ୱର ର ମନୋଜ ଦାସ,ବରାଳପୋଖରୀ ଚରମ୍ପା ଭଦ୍ରକ ର କୁନୀଲତା ଷଡ଼ଙ୍ଗୀ,ବରାଳ ପୋଖରୀ ଚରମ୍ପା ଭଦ୍ରକ ର ଅଜୟ ଷଡ଼ଙ୍ଗୀ ଓ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ |

ସବୁଠାରୁ ବଡ କଥା ହେଉଛି ୨୦୨ ୧ ମସିହାରେ ୧୮ ଟି କେଶ ରେଜିଷ୍ଟର ହୋଇଥିବା ବେଳେ ୪୫ଜଣକୁ ଗିରଫ କରିଛି ଭଦ୍ରକ ପୋଲିସ ଏବଂ ପାଖାପାଖି ଚାରି କେଜି ର ବ୍ରାଉନ ସୁଗାର ସହିତ ୩୧ କେଜି ଗଂଜା ଜବତ କରିଛି ଭଦ୍ରକ ପୋଲିସ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିରୁଦିଷ୍ଟ ଯୁବକର ସନ୍ଧେହ ଜନକ ମୃତ ଦେହ ଉଦ୍ଧାର...

Sat Jul 17 , 2021
(ଧୂଷୁରୀ)ସନ୍ଦେହ ଜନକ ଭାବେ ଯୁବକଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରିଛି ପୋଲିସ |ସୂଚାନୁଯାଇ ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଥାନା ଉଚ୍ଚପଦା ଗ୍ରାମର ବିଜୟ ସେନ ଙ୍କ ପୁଅ ଜିତେନ୍ଦ୍ର କୁମାର ସେନ ବୟସ-୩୩, ଗତ 6 ତାରିଖ (ମଙ୍ଗଳବାର) ଠାରୁ ନିରୁଧିଷ୍ଟ ଥିଲେ ଓ ଧୂଷୁରୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ | ଆଜି ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମ କାକୁଡିଗଢିଆ ଯିବା […]

You May Like

Pin It on Pinterest