ଆଜିର ଖାସ୍ ଖବର

୧-ଫ୍ରେବୁୟାରୀରେ ହେବ +୨ ପ୍ରଥମ ବର୍ଷ ପରୀକ୍ଷା।

୨-ଦୀପାବଳିକୁ ଫିକା କରିପାରେ ମୌସୁମୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା।

୩-ଆଜି ବ୍ୟାଙ୍କ ଧର୍ମଘଟ। ସାମିଲ ହେବେ ସାଢ଼େ ତିନି ଲକ୍ଷ କର୍ମଚାରୀ।

୪-ବଦଳିଲା ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପଦ୍ଧତି। ଏଣିକି ରାଜ୍ୟରେ ଏକକ ପରୀକ୍ଷା। ନଭେମ୍ବରରେ ଷାଣ୍ମାସିକ ଓ ମାର୍ଚ୍ଚ ରେ ବାର୍ଷିକ ପରୀକ୍ଷା।

୫-୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ, ପୁରୀ ପାଇଁ ଅବଢା ଯୋଜନାରେ ଖର୍ଚ୍ଚ ହେବ ୩୨୦୮ କୋଟି, ଆୟ ଓ ଜାତି ପ୍ରମାଣ ପତ୍ର ପାଇଁ ପଡିବନି ୟୁଜର୍ସ ଫି।

୬-ରାଜଧାନୀ​‌ରେ ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗରେ ରାଜଧାନୀର ୧୦ ସପିଂ ମଲ ଓ ୩ଟି ଘରୋଇ ହସ୍‌ପିଟାଲ୍‌କୁ ନୋଟିସ୍‌।

୭-ବିଜେପୁର ଉପନିର୍ବାଚନ:୭୯% ମତଦାନ, ଫଳାଫଳ ୨୪ରେ।

୮-ଗେଷ୍ଟ ହାଉସ ନୁହେଁ ରଙ୍ଗଶାଳା, ଯେତିକି ଖୋଳତାଡ ଚାଲିଛି ସେତିକି ଗୁମର ଫିଟୁଛି -ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବି।

୯-ଏକଜିଟ୍ ପୋଲ୍‌: ହରିୟାଣା ଓ ମହାରାଷ୍ଟ୍ରରେ ସରକାର କରିବ ବିଜେପି, ବିରୋଧୀ ଧରାଶାୟୀ, ବିଜେପିର ହେବ ମହାବିଜୟ।

୧୦- ଜିଡିପି ଉପରେ ଅନ୍ତର୍ଜାତୀୟ ରିପୋର୍ଟ:୨୦୨୪ ସୁଦ୍ଧା ଆମେରିକାକୁ ଟପିବ ଭାରତ।

୧୧-ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ OTET ରେଜଲ୍ଟ , ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲଘୁଚାପ ଜନିତ ବର୍ଷା ଆସନ୍ତା କାଲିଠାରୁ

Tue Oct 22 , 2019
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ରାଜ୍ୟର କେତୋଟି ଜିଲାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ରେ ୫ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଏବଂ ୮ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବରଗଡ଼, […]

You May Like

Pin It on Pinterest