
ଦୀପକ କୁମାର ସାହୁ(କଳାହାଣ୍ଡି) ଭିଜିଲାନ୍ସ ଜାଲରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ ଆଜି ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଭବାନୀପାଟଣା ସମେତ ଝାରସୁଗୁଡା ବାସଭବନ ସମେତ ୬ ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ର ଚଢ଼ାଉ ଜାରି ରହିଛି।
ଝାରସୁଗୁଡା ଏଲ.ଏନ୍. କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣା ରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ DSP ସୂଚନା ଦେଇଛନ୍ତି। କେତେ କଣ ସମ୍ପତି ତାଲିକା ତାହା ଆକଳନ ପରେ ଜଣା ପଡିବ ବୋଲି ଭିଜିଲାନ୍ସ DSP କହିଛନ୍ତି କଳାହାଣ୍ଡି ଜିଲ୍ଲା ରୁ ଦୀପକ କୁମାର ସାହୁ