
ଦେବିକାନ୍ତ ମହାନ୍ତି,(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବିଜେପି ପକ୍ଷରୁ ଆଜି ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଅହେତୁକ ବିଦ୍ୟୁତ୍ ଶୁକ୍ଳ ବୃଦ୍ଧି ଓ ଅଘୋଷିତ ବିଜୁଳି କାଟ ଓଲୋ ଭୋଣ୍ଟେଜ ପ୍ରତିବାଦରେ ବିଜେପି ଦଳ ପ୍ରତିବାଦ କରିବାସହ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ବିଦ୍ୟୁତବିଭାଗର ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳଙ୍କ ଉଦଶ୍ୟରେଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହି ପ୍ରତିବାଦ ସଭାରେ ବିଜେପିର ଦଳର ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାରଙ୍କନେତୃତ୍ବରେ ଦଳର ବହୁ ଛାମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ ନାରାବାଜି କରିବା ସହ ବିଜୁଳି ବିଭାଗ କାର୍ଯ୍ୟାଳୟ ଅଗରେ ପ୍ରତିବାଦ କରି ଦାବୀ ପତ୍ର ପ୍ରଦାନକରିଛନ୍ତି ।



