ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ରାଜ୍ୟର କେତୋଟି ଜିଲାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ରେ ୫ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଏବଂ ୮ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ ଓ ଗଜପତି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
Next Post
ଆଜିର ରାଶିଫଳ
Wed Oct 23 , 2019
ବାସ୍ତବ ବ୍ୟୁରୋ : ମେଷ: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଜୀବନରେ କିଛି ପରିବର୍ତ୍ତନ ହୋଇପାରେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୪। ବୃଷ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ଉଚ୍ଚ ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯। ମିଥୁନ: ଜୀବନକୁ ସରସ କରିବା […]

You May Like
-
5 years ago
ପଣ୍ୟ କାରବାରରେ ପାରାଦୀପ ବନ୍ଦର ରେକର୍ଡ…
-
4 years ago
ଗତ ୪ ତାରିଖରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର…
-
7 years ago
ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ।
-
2 years ago
କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଆଉ ନାହାଁନ୍ତି…


