ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୪୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୯୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୮୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୫୦୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି ମହାପ୍ରଭୁଙ୍କ ସୁନାବେଶ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଛି । ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ୫ଟା ୩୦ରେ ସୁନାବେଶ ନୀତି ଅନୁଷ୍ଠିତ ହେବ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୦୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୯୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୧୬ ହଜାର ୩୩୭ ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦ ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୩ ଲକ୍ଷ ୯୦ ହଜାର ୬୮୭ରେ ପହଁଚିଛି। 

ଆଜି ଇଦ ଉଲ ଜୁହା । ସମଗ୍ର ଦେଶରେ କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଉଛି ଇଦ୍ ଉଲ୍ ଜୁହା  । 

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ରେ ୫.୩ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ମେଘାଳୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଅଞ୍ଚଳରେ ରାତି ୨.୧୦ରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୧ ବୋଲି ରେକର୍ଡ କରାଯାଇଛି । 

ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟାର ସ୍ଥିତି ନେଇ ସତର୍କ ସୂଚନା ଜାରି କରିଛି । ଦିଲ୍ଲୀ-ଏନ୍‌ସିଆରରେ ଆଜି ବି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି । କାରଣ ବିଗତ ୩ ଦିନ ହେବ ଦିଲ୍ଲୀରେ ମୌସୁମୀ ସକ୍ରିୟ ରହିଛି । ଉତ୍ତରପ୍ରଦେଶରେ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ଲଖନଉ ଆକାଶରେ ବାଦଲ ଘୋଡେଇ ହୋଇ ରହିବ । ଉତ୍ତରପ୍ରଦେଶରେ ଜୁଲାଇ ୨୩ ଯାଏଁ ବର୍ଷା ଜାରି ରହିବାର ଆଶଙ୍କା ଦେଖାଯାଇଛି । ମହାରାଷ୍ଟ୍ରରେ ରାୟଗଡ଼ ଓ ପୁଣେ ସମେତ ଅନ୍ୟ ୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଉତ୍ତରାଖଣ୍ଡରେ ନୈନିତାଲ ଓ ପିଥୋରାଗଡ଼ ଜିଲ୍ଲାରେ ବର୍ଷାର ଚେତାବନୀ ଦିଆଯାଇଛି । ବିହାରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ରାଜସ୍ଥାନରେ ମୌସୁମୀ ବର୍ଷା ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ । 

ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୨୨ ଲକ୍ଷ ୧୦ ହଜାର ୩୦୯ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୨୪ ହଜାର ୨୬୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୪୯ ଲକ୍ଷ ୧୨ ହଜାର ୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୧ ଲକ୍ଷ ୭୩ ହଜାର ୬୭୦ ଜଣ ଲୋକ ସକ୍ରିୟ ଅଛନ୍ତି ।

ଦ ଲାନସେଣ୍ଟ ନାମକ ମେଡିକାଲ ଜର୍ଣ୍ଣାଲ ବା ପତ୍ରିକାର ଏକ ରିପୋର୍ଟ ମୁତାବକ, କରୋନାର ଦ୍ୱିତୀୟ ଲହର ଭାରତ ସମେତ ୨୧ଟି ଦେଶରେ ପ୍ରାୟ ୧୫ ଲକ୍ଷ ପିଲା ଅନାଥ ହୋଇଛନ୍ତି । ଏହି ଅଧ୍ୟୟନ ଅନୁଯାୟୀ, ମହାମାରୀର ପ୍ରଥମ ୧୪ ମାସରେ ୨୧ଟି ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ନିଜ ବାପା, ମାଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ପିଲା କେବଳ ଭାରତର।

ଜାପାନ ଯଦି ତାଇଓ୍ବାନ ମାମଲାରେ ମୁଣ୍ଡ ପୁରାଏ ତେବେ ଜାପାନ ଉପରେ ଭୟଙ୍କର ପରମାଣୁ ଆକ୍ରମଣ କରାଯିବ ବୋଲି ଚୀନର କମ୍ୟୁନିଷ୍ଟ ପାର୍ଟି ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦିଆଯାଇଛି । ଚୀନର ତାଇଓ୍ବାନ ଅଧିକାର ବେଳେ ଜାପାନ ଯଦି ହସ୍ତକ୍ଷେପ କରେ ତେବେ ଜାପାନ ଉପରେ ବାରମ୍ବାର ପରମାଣୁ ଆକ୍ରମଣ କରାଯିବ ଓ ଜାପାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବ । ଏହି ଭିଡିଓ ଜାରି କରିବାର କିଛି ସମୟ ପରେ ତାହାକୁ ପ୍ରତ୍ୟାହାର କରିନିଆଯାଇଛି ।

ଚୀନ ନିଜର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ‘ମେଙ୍ଗଲେଭ ଟ୍ରେନ୍‌’ ଶୁଭାରମ୍ଭ କରିଛି । ଏହି ଟ୍ରେନ୍ ଘଣ୍ଟା ପିଛା ୬୦୦ କିଲୋମିଟର ବେଗରେ ଦୌଡ଼ିବ । ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହା ହେଉଛି ବିଶ୍ୱର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ । ଏହି ଟ୍ରେନ୍ ଦିଲ୍ଲୀରୁ ମୁମ୍ବାଇ ପହଂଚିବା ପାଇଁ ମାତ୍ର ଅଢ଼େଇ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୫ ଜୁଲାଇରେ ଉଦ୍ଘାଟନ କଲେ ମନ୍ତ୍ରୀ ୨୦ ରେ ଘାଇ ଚାଷୀଙ୍କ ଫସଲ ପାଣିରେ ଉବୁଟିବୁ...

Wed Jul 21 , 2021
ବାସ୍ତବବ୍ୟୁରୋ:(ଢେଙ୍କାନାଳ) ଉଦଘାଟନ ଗୋଟିଏ ସପ୍ତାହ ପୁରିନାହିଁ ଭାଙ୍ଗିଲା ରେଙ୍ଗାଳୀ ବାମ କେନାଲର ମାଇନର କେନାଲ। ଢେଙ୍କାନାଳ ଜିଲ୍ଲାକାମାକ୍ଷାନଗର ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟୁବ୍ୟୁଟାରି କେନାଲରେ ଘାଈ।ଭୁବନ ବ୍ଲକ,ଧଳପଡା ଗାଁର ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି। ନିମ୍ନମାନର କାମ ପାଇ ଘାଈ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି। ଘାଈ ଫଳରେ ପାଣି ମାଡିଯାଇ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି।ଭାଂଗିଲା କେନାଲ ଭାସିଲା […]

You May Like

Pin It on Pinterest