ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୩୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୨୬୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୩୯୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଅଧକ୍ଷା ରମ୍ଭାବତୀ ଦେହୁରୀ ବିଜେଡିରେ ସାମିଲ ହୋଇଛନ୍ତି । ସେ ଭୁବନେଶ୍ୱର ଠାରେ ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ ମିଶିଛନ୍ତି ।ତାଙ୍କ ସହ ରାଇଡିହା ପଞ୍ଚାୟତର ସରପଞ୍ଚ ପାର୍ବତୀ ହୋ, ନରେନ୍ଦ୍ର ମହାନ୍ତ ଦିବାକର ମହାନ୍ତ,ନମିତା ମହାନ୍ତ,ନୀଳକଣ୍ଠ ଦେହୁରୀ ପ୍ରମୁଖ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ କର୍ମୀମାନେ ସାମିଲ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶୁକ୍ରବା)ର ରାଜ୍ୟରେ ଆଉ ୧୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ । ଏଥିମଧ୍ୟରୁ ୩ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଏବଂ ୧୧ଟିର ଶିଳାନ୍ୟାସ ହେବ । ୧୫୩୭ କୋଟି ନିବେଶ ସମ୍ବଳିତ ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ୩,୭୭୩ ନିଯୁକ୍ତି ସୃଷ୍ଟି ହେବ । ବଲାଙ୍ଗିର, ଝାରସୁଗୁଡା, ଖୋର୍ଦ୍ଧା, ସୁନ୍ଦରଗଡ, ଜଗତସିଂହପୁର ଏବଂ କଟକ ଆଦି ୬ଟି ସ୍ଥାନରେ ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଶିଳାନ୍ୟାସ ହେବ । ୫୦ କୋଟି ଟଙ୍କା ନିବେଶରେ ୱାଇଲ୍ଡ ଲୋଟସ୍ ଫ୍ୟାସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ଏକଗାର୍ମେଣ୍ଟ ୟୁନିଟ୍କୁ ଖୋର୍ଦ୍ଧାରେ ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ରିନ୍ୱେବଲ୍ସର ଏକ ୨୫ ମେଗାୱାଟ ସୌର ପ୍ଲାଣ୍ଟ ଉଦ୍ଘାଟନ କାର୍ଯ୍ୟକ୍ରମ ଏଜେଣ୍ଡାରେ ଅଛି । ଝାର୍ସୁଗୁଡାରେ ରୁନାୟା ରିଫାଇନିଂ ଏଲ୍ଏଲ୍ପିର ଏକ ପ୍ରକଳ୍ପ ଉଦ୍ଘାଟନ କରାଯିବ ।
ନୂଆପଡା ଜିଲ୍ଲା ସିନାପାଲି ଥାନା ପାଟଦରହା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ଏଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। କମ୍ବିଂ ଅପରେସନ ବେଳେ ଡଗ୍ ସ୍କାର୍ଡ ଓ ସିଆରପିଏଫ ଏସବୁକୁ ଠାବ କରିଛି।
ଆଜି ଘୋଷଯାତ୍ରାର ଶେଷ ଦିନରେ ମହାପ୍ରଭୁ ନୀଳାଦ୍ରୀ ବିଜେ କରିବା ସମୟରେ ମା’ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ।
ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ଯାହାକୁ ନେଇ ଆଉ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ଏହିଭଳି ରହିବାକୁ ଥିବା ବେଳେ ଏହି ଲଗୁଚାପ ପ୍ରଭାବରେ ଆଉ ଦୁଇ ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା । ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୯୩ ହଜାର ୦୬୨ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୯ ହଜାର ୪୭୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୪ ଲକ୍ଷ ୬୮ ହଜାର ୭୯ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୫୫୧୩ ।
ମହାମାରୀ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା କଳାକାରମାନଙ୍କୁ ସହାୟତା କରିବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ମୁମ୍ବାଇରେ ଲଗାଣ ବର୍ଷାରେ ଭୁଶୁଡିଲା କୋଠା | କିଛି ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ମୁମ୍ବାଇରେ କୋଠା ଭୁଶୁଡି ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।
ଆଫଗାନିସ୍ତାନର କାନ୍ଦାହାରର ସ୍ପିନ୍ ବୋଲଡେକ୍ ଜିଲ୍ଲାରେ ତାଲିବାନୀମାନେ ପ୍ରାୟ ୧୦୦ ଜଣ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆତଙ୍କବାଦୀ ସଙ୍ଗଠନ ଆଫଗାନର ୯୦ ପ୍ରତିଶତ ସୀମାନ୍ତ ଅଞ୍ଚଳ ଉପରେ କବଜା କରି ନେଇଥିଲା । ଗତ ସପ୍ତାହରେ ସଙ୍ଗଠନ ସ୍ପିନ୍ ବୋଲଡର୍ ଜିଲ୍ଲାରେ ଆକ୍ରମଣ କରିଥିଲା । ଏଥିରେ ୧୦୦ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହ ସେପରି ପଡିରହିଛି ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୩୩ ଲକ୍ଷ ୫୧ ହଜାର ୭୫୬ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୫୦ ହଜାର ୫୭୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୫୬ ଲକ୍ଷ ୯୮ ହଜାର ୬୩୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୫ ଲକ୍ଷ ୨ ହଜାର ୫୫୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୨ହଜାର ୩୨୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।



