
ବବିତା ସାମଲ (ଭଦ୍ରକ):କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ କରିବା,ଶ୍ରମିକ ବିରୋଧୀ ୪ ଟି ଶ୍ରମକୋଡ,କୃଷକ ବିରୋଧୀ ୩ ଟି କୃଷି ଆଇନ, ବିଦ୍ୟୁତ ଘରୋଇକରଣ ବିଲ- ୨୦୨୦ ବାତିଲ କରିବା, କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ କରିବା, ଶ୍ରମିକ ମାନଙ୍କ ମଜୁରୀ କଟାଣ ବଂଦ କରିବା, ଖାଲି ପଡିଥିବା ପଦବୀ ପୂରଣ, ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ମାସିକ ୧୮,୦୦୦ ସ୍ଥିର କରିବା, ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ, କୃଷି ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଦେବା, ସ୍କିମ ଶ୍ରମିକ, ଠିକା ଶ୍ରମିକ, ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ମିଳିବା ଆଇନ ସଂସଦରେ ଆସିବା,
ମନରେଗା ରେ ୨୦୦ ଦିନର କାମ ଓ ଦୈନିକ ୬୦୦ ଟଙ୍କା ଲେଖାଏଁ ଯୋଗାଇ ଦେବା, ସ୍ୱାସ୍ଥ୍ୟ ସେବା ପାଇଁ କେନ୍ଦ୍ର ବଜେଟ୍ ର ଶତକଡା ୬ ଭାଗ ଜିଡିପି ଖର୍ଚ୍ଚ କରିବା, ଓଡିଶା ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅବିଳମ୍ବେ ଖୋଲାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରେଣୀ ଗୃହ ପାଠପଢା ର ସୁଯୋଗ ଦେବା, ଜାତୀୟ ପରିଚାଳନା ଆଇନ- ୨୦୦୫ ଅନୁଯାୟୀ କୋଭିଡ ମୃତ୍ୟୁ ଜନିତ ପ୍ରତ୍ୟେକ ପରିବାର କୁ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ଆଦି ଦାବୀ ଦାବୀ ନେଇ ସିଆଇଟିୟୁ,ଅଖିଳ ଭାରତ କୃଷକ ସଭା ସହବଂଧିତ ଓଡିଶା କୃଷକ ସଭା ଓ ଓଡିଶା କ୍ଷେତମଜଦୂର ୟୁନିୟନ ପକ୍ଷରୁ ଭଦ୍ରକ ବାଳ ଗୋପାଳ ମନ୍ଦିର ସମ୍ମିଳନୀ କକ୍ଷରେ ମିଳିତ କନଭେନସନ ଅନୁଷ୍ଠିତ ହୋଇଯାଇଛି ।
ଏହି କନଭେନସନ ରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ , ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ନେତା ପ୍ରଫୁଲ୍ଲ ପାଢୀ ଙ୍କୁ ନେଇ ଗଠିତ ହୋଇଥିବା ସଭାପତି ମଣ୍ଡଳୀ କନଭେନସନ ପରିଚାଳନା କରିଥିବା ବେଳେ ଓଡ଼ିଶା କୃଷକ ସଭା ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ଓଡିଶା କ୍ଷେତମଜଦୂର ୟୁନିୟନ ରାଜ୍ୟ ଯୁଗ୍ମ ସଂପାଦକ ନିର୍ମଳ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର,ଉପସଭାପତି ମଳୟ ଭୋଇ, ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, ଉପସଭାପତି ବିଷ୍ଣୁ ଦାଶ, କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ନିର୍ମଳ ଦଳେଇ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ଯ ରଖିଥିଲେ । ଏହି କନଭେନସନ ରେ ପ୍ରାୟ ୨୦୦ ଶ୍ରମିକ – କୃଷକ – କ୍ଷେତମଜଦୂର ପ୍ରତିନିଧି ଯୋଗ ଦେଇଥିଲେ ।



